ନୂଆବର୍ଷରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର : ପ୍ରଥମ ଥର ମିଳିବ ଏତିକି ମହଙ୍ଗା ଭତ୍ତା

Published By : Prameya-News7 Bureau | January 06, 2019 IST

ନୂଆଦିଲ୍ଲୀ ୬/୧: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରାୟ ଏକ କୋଟି କର୍ମଚାରୀ ଏବଂ ପେନସନଭୋକ୍ତାଙ୍କ ପାଇଁ ଖୁସି ଖବର ରହିଛି। ଏହି କର୍ମଚାରୀଙ୍କୁ ଜାନୁୟାରୀରୁ ମହଙ୍ଗା ଭତ୍ତା ମିଳିବ। ଉପଭୋକ୍ତା ମୂଲ୍ୟ ସୂଚକାଙ୍କକୁ ଆଧାର କରି କରାଯାଇଥିବା ଗଣନା ଅନୁସାରେ ମହଙ୍ଗା ଭତ୍ତା ୩ପ୍ରତିଶତ ବଢ଼ିବ ବୋଲି ସ୍ଥିର କରାଯାଇଛି।

ଡିସେମ୍ବର ମାସରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କରେ ଯଦି ୬ପ୍ରତିଶତ ବୃଦ୍ଧି ହେଉଛି ତେବେ କର୍ମଚାରୀଙ୍କୁ ୪ପ୍ରତିଶତ ମହଙ୍ଗା ଭତ୍ତା ମିଳିପାରେ। ଯଦି ଉପଭୋକ୍ତା ମୂଲ୍ୟ ସୂଚକାଙ୍କରେ ୨୬ଅଙ୍କ କମ୍ ଥାଏ ତେବେ ମହଙ୍ଗା ଭତ୍ତା ୨ପ୍ରତିଶତ  ହେବ। କିନ୍ତୁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କରେ ଅଧିକ କମ୍ ନ ହୁଏ ତେବେ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ୩ପ୍ରତିଶତ ମିଳିବ।

ମହଙ୍ଗା ଭତ୍ତା ଏପରି ଏକ ବ୍ୟବସ୍ଥା ଯେଉଁଥିରେ ଦରଦାମକୁ ଧ୍ୟାନରେ ରଖି ଦେଶର ସରକାରୀ କର୍ମଚାରୀଙ୍କ ରହିବା –ଖାଇବାର ସ୍ତରକୁ ଉନ୍ନତ କରିବା ପାଇଁ ଦିଆଯାଇଥାଏ। ସମଗ୍ର ଦେଶରେ କେବଳ ଭାରତ,ପାକିସ୍ତାନ ଏବଂ ବାଙ୍ଗଲାଦେଶରେ ହିଁ ସରକାରୀ କର୍ମଚାରୀଙ୍କୁ ଭତ୍ତା ଦିଆଯାଇଥାଏ। ଏହି ମହଙ୍ଗା ଭତ୍ତା ଏଥିପାଇଁ ଦିଆଯାଇଥାଏ କାରଣ ଦରଦାମ୍ ବଢ଼ିବା ପରେ ମଧ୍ୟ କର୍ମଚାରୀଙ୍କ ରହଣି ସହଣିରେ କୈାଣସି ଅସୁବିଧା ଉପୁଜିନଥାଏ। ଏହି ଭତ୍ତା ସରକାରୀ କର୍ମଚାରୀ,ସାଧାରଣ ସ୍ତରର କର୍ମଚାରୀ ଏବଂ ପେନସନଭୋକ୍ତାଙ୍କୁ ଦିଆଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.