Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି : ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ, ଚାଷୀ ଖୁସୀ

25/07/2019 at 6:40 PM

ଭୁବନେଶ୍ବର ୨୫|୭: ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ପ୍ରଭାବରେ କାଲି ରାତିଠୁ ରାଜ୍ୟରେ ବର୍ଷା ଲାଗିରହିଛି ।ଆଗକୁ ବଡ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ବର୍ଷା ଅଭାବରୁ ଚାଷଜମି ଶୁଖିଲା ପଡିଥିଲା । ଏତେ ଦିନ ପରେ ଦିଅସରା ବର୍ଷା ଦେଖି ଚାଷୀ ମନରେ କିଛିଟା ଖୁସି ଦେଖିବାକୁ ମିଳିଛି ।

ଚାଷୀ ହାତକୁ ତର ନାହିଁ । କିଏ ତଳି ଓପାଡିବାରେ ବ୍ୟସ୍ତ, ତ କିଏ ଲଙ୍ଗଳ ଧରି ବିଲରେ ହଳ କରୁଛି । ଏ ଦୃଶ୍ୟ ହେଉଛି ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଞ୍ଚଳର । କାଲି ରାତିରୁ ବର୍ଷା ଲାଗି ରହିଛି । ଚାଷ ଜମିରେ ପାଣି ଜମିଛି । ଆଉ କାଳ ବିଳମ୍ବ ନକରି ଉଜୁଡିଯାଇଥିବା କ୍ଷେତ ଯୋଡିବାକୁ ଲାଗିପଡିଛନ୍ତି ଚାଷୀ । ଏଥର ବର୍ଷା ନଥିବାରୁ ଚାଷ କାମରେ ଯଥେଷ୍ଟ ଡେରି ହୋଇଛି । ଏବେ ରୁଆ ବେଉଷଣ କାମ ପ୍ରାୟ ସରିଯିବା କଥା । କିନ୍ତୁ ପାଣି ଅଭାବରୁ ଧାନ ବିଲ ସବୁ ଶୁଖିଲା ପଡିଥିବା ବେଳେ ତଳି ଶୁଖି ହଳଦିଆ ପଡି ଯାଇଥିଲା । ଏତେ ଦିନ ପରେ ଦିଅସରା ବର୍ଷା ଦେଖି ଚାଷୀ ମନରେ ଖୁସି  କହିଲେ ନସରେ ।

ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ ହୋଇଛି ।ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ ।  ପ୍ରଭାବରେ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ଲାଗି ରହିଛି । ୨୬-୨୭ ତାରିଖ ବେଳକୁ ବର୍ଷା ପରିମାଣ ବଢିବ । ବାରିପଦାରେ ସର୍ବାଧିକ ୭୯.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକରେ ୫୬.୮ ମିଲିମିଟର ବର୍ଷା ହୋଇଛି। ଆହୁରି ୩ ଦିନ ଯାଏଁ ତୁହାକୁ ତୁହା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ୪୭୬ ମିଲିମିଟର ବର୍ଷା ହେବା କଥା, କିନ୍ତୁ ମାତ୍ର ୩୨୨ ମିଲିମିଟର ବର୍ଷା ହୋଇଛି । ଆଗକୁ ଭଲ ବର୍ଷା ହେଲେ ପୁଣି ଚାଷ କାମ ସ୍ବାଭାବିକ ହୋଇପାରିବ ।

   Related Posts