ଅର୍ଥନୀତି ପାଇଁ ଆଉ ଏକ ଭଲ ଖବର ; ଡଲାର ତୁଳନାରେ ରେକର୍ଡସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର

Published By : Prameya-News7 Bureau | November 15, 2020 IST

ନୂଆଦିଲ୍ଲୀ ୧୫/୧୧ : ଗତ କିଛି ଦିନ ହେଲା ଦେଶର ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ଭଲ ଖବର ବସିବାରେ ଲାଗିଛି । କରୋନା ମହାମାରୀ ଭିତରେ ଅର୍ଥନୀତି କିଛି ମାତ୍ରାରେ ସୁଧାର ଆସିବା ଦେଶର ଅର୍ଥ ବ୍ୟବସ୍ଥା ପାଇ ଟନିକ ସଦୃଶ । ମ୍ୟାନୁଫ୍ୟାକ୍ଚରିଂ ଏବଂ ଇ-ଓ୍ବେ ବିଲ କ୍ଷେତ୍ରରେ ଆଶାନୁରୂପ ଅଭିବୃଦ୍ଧି ଦେଖାଦେଇଛି । ଏହାରି ଭିତରେ ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିଛିବା ଅର୍ଥ ବ୍ୟବସ୍ଥା ପାଇଁ ନିହାତି ଭାବେ ଶୁଭ ଖବର ।

{"id":362156,"sizeSlug":"large"}

୬ ନଭେମ୍ବର ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାର ୫୬୮.୪୯ ବିଲିୟନ ଡଲାରରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଥିଲା । ବିଦେଶୀ ମୁଦ୍ରା ଭଣ୍ଡାର ମାତ୍ର ଗୋଟିଏ ସପ୍ତାହରେ ୭.୭୭ ବିଲିୟନ ଡଲାର ବୃଦ୍ଧି ପାଇଥିଲା । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ଅକ୍ଟୋବର ୩୦ ଶେଷ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧୮.୩ ବିଲିୟନ ଡଲାର ବୃଦ୍ଧି ପାଇ ୫୬୦.୭୧୫ ବିଲିୟନ ଡଲାରରେ ପହଞ୍ଚିଥିଲା । ତେବେ ବିଦେଶୀ ମୁଦ୍ରା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଏଫସିଏ ବୃଦ୍ଧି । ଏଫସିଏର ବିଦେଶୀ ମୁଦ୍ରା ଭଣ୍ଡାରରେ ମହତ୍ତ୍ବପୂର୍ଣ୍ଣ ଭାଗିଦାରି ରହିଛି ।  ରିଜର୍ଭ ବ୍ୟାଙ୍କ କହିବା ମୁତାବକ ଏଫସିଏ ୬.୪୦୩ ବିଲିୟନ ଡଲାର ବୃଦ୍ଧି ପାଇ ୫୨୪.୭୪୨ ବିଲିୟନ ଡଲାରରେ ପହଞ୍ଚିଯାଇଛି । ଏଫସିଏକୁ ଡଲାରରେ ଦର୍ଶାଯାଏ କିନ୍ତୁ ଏଥିରେ ୟୁରୋ, ପାଉଣ୍ଡ ଏବଂ ୟେନ୍ ଭଳି ଅନ୍ୟ ବିଦେଶୀ ମୁଦ୍ରା ମଧ୍ୟ ସାମିଲ ଥାଏ ।

{"id":362157,"sizeSlug":"large"}

କରୋନା ମହାମାରୀରେ ଧୂଳିସାତ ହୋଇଯାଇଥିବା ଭାରତର ଅର୍ଥ ବ୍ୟବସ୍ଥା ମୁଣ୍ଡ ଟେକି ଛିଡା ହେବାପାଇଁ ସମୟ ଲାଗିବ ସତ କିନ୍ତୁ କିଛି କିଛି ସେକ୍ଟରରେ ବଜାର କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ବ୍ୟାପକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏହା ପୂର୍ବରୁ କରୋନା ପାଇଁ ଦେଶର ଅର୍ଥବ୍ୟବସ୍ଥା ବହୁତ ଖରାପ ହୋଇଯାଇଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ​‌ତ୍ରୖମାସିକରେ ଦେଶର ଜିଡିପି ପାଖାପାଖି ୨୪ ପ୍ରତିଶତ ହ୍ରାସ ପାଇଥିଲା । କିନ୍ତୁ ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ଆସୁଛି । ଜିଏସଟି ମଧ୍ୟ ଆଶାନୁରୂପ ଆଦାୟ ହୋଇଛି।

{"id":362158,"sizeSlug":"large"}

ସୂଚନା ଅନୂଯାୟୀ, ୩୦ ବର୍ଷ ପୂର୍ବରୁ ଅର୍ଥାତ ୧୯୯୧ ମସିହାରେ ବିଦେଶୀ ମୁଦ୍ରା ଭଣ୍ଡାର ଶୂନ୍ୟରେ ଚାଲୁଥିଲା । ଗତ ୩ ଦଶନ୍ଧି ମଧ୍ୟରେ ଶୂନ୍ୟରୁ ଶିଖରକୁ ପହଞ୍ଚିବା ଦେଶର ଅର୍ଥନୀତି ପାଇଁ ଶୁଭଙ୍କର । ୧୯୮୦-୯୦ ଦଶକରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଏପରି ଦୟନୀୟ ସ୍ଥିତିରେ ଥିଲା ଯେ ୧୯୯୧ରେ ଦେଶର ସୁନା ଖଜଣାକୁ ବନ୍ଧା ରଖିବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.