ଘରୋଇ କ୍ରିକେଟ୍‌ରଙ୍କ ପାଇଁ ଖୁସି ଖବର, ବଢିଲା ମ୍ୟାଚ୍ ଫି, ଏବେ ଖେଳାଳିଙ୍କୁ ମିଳିବ ଏତିକି ଟଙ୍କା

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦।୦୯: ଘରୋଇ କ୍ରିକେଟ୍ ଖେଳାଳିଙ୍କ ପାଇଁ ଖୁସିର ଖବର। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଂପାଦକ ଜୟ ଶାହା ସୋମବାର ଘରୋଇ କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି ଘୋଷଣା କରିଛନ୍ତି। ଘରୋଇ କ୍ରିକେଟରେ ଯେଉଁ ଖେଳାଳି ୪୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି, ସେମାନଙ୍କର ଦୈନିକ ମ୍ୟାଚ୍ ଫି ବଢାଯାଇ ୬୦ ହଜାର ଟଙ୍କା କରାଯାଇଛି। ଏହା ପୂର୍ବରୁ ଖେଳାଳିଙ୍କୁ ୩୫ ହଜାର ଟଙ୍କା ମିଳୁଥିଲା। ଏବେ ବୋର୍ଡ ଏହି ଖେଳାଳିଙ୍କ ମ୍ୟାଚ୍ ଫି ୨୫ ହଜାର ଟଙ୍କା  ବୃଦ୍ଧି କରିଛନ୍ତି।

ଏହା  ବ୍ୟତୀତ ୨୩ ବର୍ଷରୁ କମ ଖେଳାଳିଙ୍କୁ ୨୫ ହଜାର ଏବଂ ୧୯ ବର୍ଷରୁ କମ ଖେଳାଳିଙ୍କୁ ୨୦  ହଜାର ଟଙ୍କା ଦିଆଯିବ। ଜୟ ଶାହା ଟ୍ଵିଟ୍ କରି କହିଛନ୍ତି, ୨୦୧୯-୨୦ ଘରୋଇ ସିଜିନରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ କୋଭିଡ୍-୧୯ ମହାମାରୀ କାରଣରୁ ସ୍ଥଗିତ ସିଜିନ୍ ୨୦୨୦-୨୧ର କ୍ଷତିପୂରଣ ଭାବେ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ୍ ଶୁଳ୍କ ଦିଆଯିବ।

wp:html /wp:html

କରୋନା ଭାଇରସ୍ ମହାମାରୀ କାରଣରୁ ଗତ ବର୍ଷ ରଣଜୀ ଟ୍ରଫିର ଆୟୋଜନ ହୋଇ ପାରିନଥିଲା। ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ବିସିସିଆଇକୁ ଏହି ପ୍ରତିଷ୍ଠିତ ଟୂର୍ଣ୍ଣାମେଣ୍ଟ ରଦ୍ଦ କରିବାକୁ ପଡିଥିଲା। ଏହାର କାରଣରୁ ଅନେକ ଖେଳାଳିଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଥିଲା।

wp:html /wp:html

ବିସିସିଆଇ ସୋମବାର ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନେଇଛି। ଏଥିସହ ମହିଳା କ୍ରିକେଟ୍ ଖେଳାଳିଙ୍କ ମଧ୍ୟ ମ୍ୟାଚ୍ ଫି ବୃଦ୍ଧି କରାଯାଇଛି। ସିନିୟର ମହିଳା ଖେଳାଳିଙ୍କୁ ଏବେ ପ୍ରତି ମ୍ୟାଚ୍ ପିଛା ୧୨,୫୦୦ ଟଙ୍କା ଜାଗାରେ ୨୦ ହଜାର ଟଙ୍କା ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.