Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏଟିଏମ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଖୁସିଖବର

23/06/2019 at 3:02 PM

ମୋଦି ସରକାର କେନ୍ଦ୍ରରେ ଦ୍ବିତୀୟ ଥର ଶାସନକୁ ଆସିବା ପରେ ଡିଜିଟାଲାଇଜେଶନ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଡିଜିଟାଲାଇଜେଶନ ଉନ୍ନତ ହେବାର ଏକ ମୁଖ୍ୟ କାରଣ ହେଉଛି ଇଣ୍ଟନେଟ୍‌ ଓ ଡାଟା ପ୍ୟାକ୍‌ର ଶସ୍ତା ହେବା ଯାହା ଜିଓ କମ୍ପାନୀର ଏକ ମହତ୍ବପୂର୍ଣ୍ଣ ଅବଦାନ। ଭାରତୀୟ ଟେଲିକମ୍‌ ସେକ୍ଟରରେ ଡିଜିଟାଲାଇଜେଶନରେ ଉନ୍ନତି ହେବାରେ ରିଲାଏନ୍ସ ଜିଓର ମହତ୍ବପୂର୍ଣ୍ଣ ଯୋଗଦାନ ଅଛି।   ଡିଜିଟାଲାଇଜେଶନର ମୁଖ୍ୟ ଉଦେଶ୍ୟ ପୂରା ସିଷ୍ଟମକୁ କ୍ୟାସ୍‌ଲେସ କରିବା। ଏହି କାରଣ ପାଇଁ ଏଟିଏମ୍‌ କାର୍ଡର ପ୍ରଚଳନ ଜୋରସୋର୍‌ରେ ଚାଲିଛି।

ବ୍ୟାଙ୍କରେ ଆକାଉଣ୍ଟ ଖୋଲିଲେ ବ୍ୟାଙ୍କ ଏଟିଏମ୍‌ କାର୍ଡ ଦେଇଥାଏ। ଆଜିକାଲି ମାଇକ୍ରୋ ଚିପ୍‌ ଏଟିଏମ୍‌ କାର୍ଡ ବ୍ୟବହାର କରାଯାଉଛି। ଏଥିପାଇଁ ସରକାରକୁ କ୍ୟାସ୍‌ଲେସ ପ୍ରଜେକ୍ଟରେ କମ ସମୟରେ ଅଧିକ ଉନ୍ନତ ହେବାର ଦେଖାଯାଉଛି। କିନ୍ତୁ ବ୍ୟାଙ୍କ ଏଟିଏମ୍‌ କାର୍ଡ ବ୍ୟବହାର କରିବା ଉପରେ ଏକ ସୀମା ନିର୍ଧାରିତ କରାଯାଇଛି।

ଏହି କାରଣ ପାଇଁ ଗ୍ରାହକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି। ଏଥିପାଇଁ କଛି ଦିନ ପୂର୍ବରୁ ଏଟିଏମ୍‌ର କାରବାର ଦେୟ ହଟାଇବା ପାଇଁ ଆରବିଆଇ ଯୋଜନା କରିଛି।  ସୂଚନାଯୋଗ୍ୟ ଯେ, ଆରବିଆଇର ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଏବେ ଏଟିଏମ୍‌ କାର୍ଡର ବ୍ୟବହାର ଲୋକେ ଅଧିକ ମାତ୍ରାରେ କରୁଛନ୍ତି। ସେଥିପାଇଁ ଗ୍ରାହକ ଦାବି କରିଛନ୍ତି ଯେ, ଟ୍ରାନ୍‌ଯାକ୍ସନ ଚାର୍ଜ ହଟାଇବାକୁ । ସେ କହିଛନ୍ତି ଯେ, ଏହି ସମସ୍ୟାର ସମାଦାନ ଖୁବ୍‌ ଶୀଘ୍ର ହେବାକୁ ଯାଉଛି।  

   Related Posts