Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

୧୦ ଲକ୍ଷ ସରକାରୀ କର୍ମଚାରୀ ପାଇଁ ଖୁସୀ ଖବର, ମୋଦୀ ସରକାର ବୃଦ୍ଧି କରିପାରନ୍ତି ଏହି କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା

12/09/2019 at 9:49 PM

ନୂଆଦିଲ୍ଲୀ – ୧୦ ଲକ୍ଷ ଅନିୟମିତ(କାଜୁଆଲ) ବା ଅସ୍ଥାୟୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ବଡ ଖବର ଆସିଛି ।କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଏହି କର୍ମଚାରୀମାନଙ୍କୁ ଦୀପାବଳୀରେ ବଡ ଉପହାର ମିଳିପାରେ । ଅସ୍ଥାୟୀ ଓ ସ୍ଥାୟୀ କର୍ମଚାରୀ ସମାନ କାମ କରୁଥିବା କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି । ଏମାନଙ୍କୁ ଅଲଗା ଅଲଗା ଦରମା ମିଳୁଛି ।ଏହା ବାବଦରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ବୁଧବାରରେ ଏହି ସନ୍ଦର୍ଭରେ ଏକ ଆଦେଶ ଦେଇଛନ୍ତି ।

ସରକାରଙ୍କର ଏହି ଆଦେଶ ଅନୁସାରେ ସମସ୍ତ ଅନିୟମିତ କର୍ମଚାରୀ ୮ ଘଣ୍ଟା କାମ କରୁଥିଲେ ସେହି ପଦରେ କାମ କରୁଥିବ ସ୍ଥାୟୀ କର୍ମଚାରୀଙ୍କ ଅନୁସାରେ ସର୍ବନିମ୍ନ ଦରମାମାନ ବା ପେ-ସ୍କେଲ ଓ ମହଙ୍ଗାଭତ୍ତା ପାଇବେ । ସରକାରଙ୍କ ଆଦେଶ ସଂଖ୍ୟା୪୯୦୧୪/୧/୨୦୧୭ ଅନୁସାରେ ଏମାନଙ୍କୁ ନିୟମିତ ଦରମା ପାଇବାର ନିୟମ ନାହିଁ ।

ଏବେ ଅନିୟମିତ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ନିର୍ଣ୍ଣୟ କରିଥିବା ସର୍ବନିମ୍ନ ଦରମା ଦିଆଯାଉଛି । ଦିଲ୍ଲୀରେ ଅଣକୁଶଳୀ ଶ୍ରମିକମାନଙ୍କୁ ପ୍ରତି ମାସରେ ୧୪ହଜାର ଟଙ୍କା ବେତନ ଦିଆଯାଉଥିଲା । ଏହି ଆଦେଶ ପରେ ଗ୍ରୁପ ଡିର ଦରମା ୩୦ ହଜାର ଟଙ୍କା ହୋଇଯିବ । ଏକାଥରକେ ସେମାନଙ୍କୁ ଦରମା ଦୁଇ ଗୁଣା ବୃଦ୍ଧିପାଇବ ।

ଆଦେଶ ଅନୁସାରେ ଅନିୟମିତ କର୍ମଚାରୀଙ୍କ କାମ ଯଦି ନିୟମିତ କର୍ମଚାରୀଙ୍କ ଠାରୁ ଅଲଗା ହୋଇଥିଲେ । ଏମାନେ ରାଜ୍ୟ ସରକାର ନିର୍ଦ୍ଧାରିତ କରିଥିବା ଦରମା ପାଇବେ । ଏହି ଆଦେଶ ସମସ୍ତ ବିଭାଗକୁ ପ୍ରେରଣ କରାଯାଇଛି ।

   Related Posts