ଖୁସିଖବର ! ଏହି ଦିନ ଆରମ୍ଭ ହେବ ଓଲାର ଇଲେକ୍ଟ୍ରିକ ସ୍କୁଟର S1 ଓ S1 Proର ଡେଲିଭରୀ

Published By : Prameya-News7 Bureau | December 05, 2021 IST

ନୂଆଦିଲ୍ଲୀ ୦୫।୧୨: ଓଲା ନିଜର ଇଲେକ୍ଟ୍ରିକ ସ୍କୁଟର ଏସ୧ ଏବଂ ଏସ ୧ ପ୍ରୋର ଡେଲିଭରୀ ଡିସେମ୍ବର ୧୫ରୁ ଆରମ୍ଭ କରିବାକୁ ଯାଉଛି। ବେଙ୍ଗାଲୁରୁ ସ୍ଥିତ ମୋବିଲିଟି ଫର୍ମର ସିଇଓ ଭାବିଶ ଅଗ୍ରଓ୍ଵାଲ ନିଜର ଟ୍ଵିଟର ପ୍ରୋଫାଇଲରେ ନୂତନ ଡେଲିଭରୀ ତାରିଖ ଘୋଷଣା କରିଛନ୍ତି। ସେ ଇଚ୍ଛୁକ କ୍ରେତାଙ୍କୁ ଧୈର୍ଯ୍ୟ ଧରିଥିବାରୁ ଧନ୍ୟବାଦ ଦେଇଛନ୍ତି। ଓଲା ଇଲେକ୍ଟ୍ରିକ ସ୍କୁଟରର ବୁକିଂ ଚଳିତ ବର୍ଷ ଅଗଷ୍ଟରେ ଆରମ୍ଭ ହୋଇଥିଲା। କିନ୍ତୁ ସେହି ସମୟରେ ଓଲା ଟେଷ୍ଟ ରାଇଡ୍ ଓ ଅନ୍ତିମ ଡେଲିଭରୀର ତାରିଖର ସୂଚନା ଦିଆଯାଇନଥିଲା।

ଗତ ମାସରେ ଓଲା ଏସ ୧ ଓ ଏସ ୧ ପ୍ରୋ ପାଇଁ ଟେଷ୍ଟ ରାଇଡ୍ ଆରମ୍ଭ କରିଥିଲା। ଓଲା ଇଲେକ୍ଟ୍ରିକ  ନିଜର ଏସ ୧ ଓ ଏସ ୧ ପ୍ରୋ ଇଲେକ୍ଟ୍ରିକ ସ୍କୁଟର ପାଇଁ ୨୦ ହଜାର ଟେଷ୍ଟ ରାଇଡ୍ସ ପୂରା କରି ସାରିଛି। ଚଳିତ ମାସରୁ ୧୦୦୦ ସହରରେ ଗୋଟିଏ ଦିନରେ ୧୦ ହଜାର ଟେଷ୍ଟ ରାଇଡ୍ କରିବାର ଲକ୍ଷ୍ୟ ରଖାଯାଇଥିବା କମ୍ପାନୀ କହିଛି।

ଭାବିଶ ଅଗ୍ରଓ୍ଵାଲ କହିଥିଲେ, ଓଲାକୁ ନିଜର ଇଲେକ୍ଟ୍ରିକ ସ୍କୁଟର ପାଇଁ ୧୦ ଲକ୍ଷ ବୁକିଂ ମିଳିଛି। ଓଲା ଇଲେକ୍ଟ୍ରିକ ନଭେମ୍ବର ୧୦ରେ ବେଙ୍ଗାଲୁରୁ, ଦିଲ୍ଲୀ, ଅହମ୍ମଦାବାଦ ଓ କୋଲକାତାରେ ଟେଷ୍ଟ ରାଇଡ୍‌ ଆରମ୍ଭ କରିଥିଲା। ପୁଣି ନଭେମ୍ବର ୧୯ରେ ଆଉ ୫ ସହର- ଚେନ୍ନାଇ, ହାଇଦ୍ରାବାଦ, କୋଚି, ମୁମ୍ବାଇ ଓ ପୁଣେରେ ମଧ୍ୟ ଟେଷ୍ଟ ରାଇଟ୍ କରାଯାଇଛି।

କମ୍ପାନୀ ଅଗଷ୍ଟ ୧୫ରେ ନିଜର ଓଲା ଏସ୧ ଇଲେକ୍ଟ୍ରିକ ସ୍କୁଟର ଦୁଇଟି ଭାରିଏଣ୍ଟ- ଏସ୧ ଓ ଏସ୧ ପ୍ରୋରେ ଉପସ୍ଥାପନା  କରାଯାଇଥିଲା। ଏହାର ମୂଲ୍ୟ କ୍ରମଶଃ ୯୯୯୯୯ ଟଙ୍କା ଓ ୧,୨୯,୯୯୯ ଟଙ୍କା ରହିଛି। ସ୍କୁଟରର ବିକ୍ରି ସେପ୍ଟେମ୍ବର ୮ରେ ଆରମ୍ଭ ହେବାର ଥିଲା, ମାତ୍ର ଓ୍ଵେବସାଇଟ୍‌ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାର ବିକ୍ରି ପ୍ରକ୍ରିୟା ଗୋଟିଏ ସପ୍ତାହ ପାଇଁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.