ଦିଲ୍ଲୀରୁ ଆସିଲା ଭଲ ଖବର: ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ…

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ, ୨୩|୦୪: ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର, ପୋଲିସ ପ୍ରଶାସନ ଦିନ ରାତି ଏକ କରିଦେଇଛନ୍ତି । ଦିଲ୍ଲୀରେ ପଜି଼ଟିଭ୍ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ କିଛି ରିପୋର୍ଟ ଆଶ୍ୱସ୍ତି ଆଣିଛି । ଏଠାରେ ସକ୍ରିୟ ସଂଖ୍ୟା ହ୍ରାସ ପାଉଛି । ଅଧିକ ମାତ୍ରାରେ ସଂକ୍ରମିତ ସୁସ୍ଥ ହେବାରେ ଲାଗିଛନ୍ତି ।

ସୂଚନାନୁସାରେ, ଦିଲ୍ଲୀରେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏପ୍ରିଲ ୧୪ ଯାଏଁ ୧.୯୨ ପ୍ରତିଶତ ଥିଲା । ଯାହା ଏପ୍ରିଲ ୨୨ରେ ୩୨ ପ୍ରତିଶତ ହୋଇଯାଇଛି । ସେହିପରି ଜାତୀୟ ସ୍ତରରେ ଏହି ହାର ୨୦ ପ୍ରତିଶତ । ସେହିପରି ଏପ୍ରିଲ ୧୪ ସୁଦ୍ଧା ଦିଲ୍ଲୀରେ ୧୫୦୧ଟି ସକ୍ରିୟ କେସ୍ ଥିବା ବେଳେ ୨୨ ଏପ୍ରିଲରେ ଏହା ୧୪୭୬ ହୋଇଯାଇଛି ।

{"id":258800,"width":761,"height":546,"sizeSlug":"large"}

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ବୁଧବାର ରାଜଧାନୀରେ ୯୨ଟି ନୂଆ କେସ ଆସିଥିଲା । ଗୁରୁବାର ଜଣେ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଠାରେ ମୋଟ ମାମଲା ୨୨୪୮ ଛୁଇଁଛି । ଏବେସୁଦ୍ଧା ଏଠାରେ ମୋଟ ୪୮ ସଂକ୍ରମିତ ପ୍ରାଣ ହରାଇଛନ୍ତି ।ସେହିପରି ଗତ ୨୪ ଘଣ୍ଟାରେ ୧୧୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୭୨୪ଜଣ ସୁସ୍ଥ ହୋଇଛନ୍ତି ।

ଏଠାରେ ମୋଟ ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ୮୯ରେ ପହଁଚିଛି । ଗତ ୨୪ ଘଣ୍ଟାରେ ଆଉ ୨ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.