Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଭଲ ଖବର ପ୍ରେରଣା ଦିଏ , ପରିବର୍ତ୍ତନ ସହ ଆଗକୁ ବଢିବାରେ ଭୂମିକା ନିଏ ଗଣ ମାଧ୍ୟମ : ସମାଲୋଚନା ସହ ପ୍ରଶଂସା ଓ ତାଳିମାଡ ବି ରଖେ ଗୁରୁତ୍ୱ

12/12/2019 at 7:45 PM

ଭୁବନେଶ୍ୱର ତା ୧୨.୧୨- ଗଣ ମାଧ୍ୟମର ଭୂମିକା ଗଣ ଓ ସମାଜ ସବୁ ପାଇଁ ଗୁରୁତ୍ୱ ରଖେ । ସମାଜ ଉପରେ ଏହାର ପ୍ରଭାବ ବହୁତ ବେଶି । ଭଲ , ଖରାପ, ଘଟଣା, ଦୁର୍ଘଟଣା , ସମାଜକୁ ସବୁ ଖବର ଦେବାର ଦାୟୀତ୍ୱ ନିଭାଏ ଗଣ ମାଧ୍ୟମ । ଆଉ ସୀମା ଭିତରେ ଥାଇ ଦାୟୀତ୍ୱ ନିର୍ବାହ କରୁଥିବା ଗଣ ମାଧ୍ୟମ ହିଁ ଲୋକଙ୍କର ସମାଜର ଆଦର ବିଶ୍ୱାସ ପାଇଥାଏ । ଖାସ ଏଇଥି ଲାଗି ତଥା ଏକ ଦାୟୀତ୍ୱ ସଂପନ୍ନ ଗଣ ମାଧ୍ୟମ ଭାବେ କାର୍ଯ୍ୟ କରିଆସୁଥିବାରୁ ପ୍ରମେୟ ଏବଂ ନ୍ୟୁଜ୍ ସେଭେନ୍ କୁ ଜନ୍ମତିଥି ଅବସରରେ ବଧାଇ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ପ୍ରମେୟ ଏବଂ ନ୍ୟୁଜ୍ ସେଭେନ୍ ବାର୍ଷୀକୋତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ , ଭଲ ଖବର ହିଁ ପ୍ରେରଣା ଦିଏ । ଏହା ସହ ପରିବର୍ତ୍ତନ ସହ ତାଳ ଦେଇ ଆଗକୁ ବଢିବାକୁ ସମାଜକୁ ପ୍ରସ୍ତୁତ କରିଥାଏ ଗଣ ମାଧ୍ୟମ ।

ତେବେ ଭଲ ଖବର ଅର୍ଥ କେବଳ ପ୍ରଶଂସା ନୁହେଁ । ସାଧାରଣ ଜନତା ହୁଅନ୍ତୁ ବା ଶାସକ , ରାଜନେତା କିମ୍ବା ସରକାର । ଭଲ ପାଇଁ ସମସ୍ତୋ ପ୍ରଶଂସାର ହକଦାର, ଯେମିତି ଭୁଲ ବା ଖରାପ ପ୍ରଦର୍ଶନ ପାଇଁ ସମାଲୋଚନା। ତେବେ ତାହା ଗଠନମୂଳକ ହେଲେ , ନୀତି ଯୁକ୍ତ କୁହାଯାଇପାରେ । କାରଣ ସବୁ କିଛିର ସୀମା ଅଛି । ନେତା ହୁଅନ୍ତୁ କିମ୍ବା ରାଜନେତା , ଶାସନରେ ଥିବା ତୁଙ୍ଗ ବ୍ୟକ୍ତିତ୍ୱ ,ସମସ୍ତଙ୍କ କ୍ଷେତ୍ରରେ ଲୋକପ୍ରିୟତା ବା ଗ୍ରହଣୀୟତା ସେମାନଙ୍କ ପ୍ରଦର୍ଶନର ମାନକ । ସଭାରେ ତାଳିମାଡ଼ କୁ କେହି ପ୍ରାୟୋଜୀତ ଏବଂ ଯୋଜନାବଦ୍ଧ ଯୋଗାଡ ବୋଲି କହିପାରିନ୍ତି । କିନ୍ତୁ ତାହା ସବୁ ବେଳେ ସଠିକ୍ ନୁହେଁ ।କାରମ ତାହା ସହ ଲୋକପ୍ରିୟତା ଏବଂ ଗ୍ରହଣୀୟତାର ସଂପର୍କ କୁ ଅସ୍ୱୀକାର କରିହେବନି ।ଆଉ ଲୋକଙ୍କ ସ୍ୱରକୁ , ମତକୁ ବଦଳାଇପାରିବନି, ଚାପି ପାରିବନି କିମ୍ବା ମିଛ କହିପାରିବନି ଗଣ ମାଧ୍ୟମ । ସମାଜ ଆଗରେ ସତ ଉପସ୍ଥାପନ କରିବା ଗଣ ମାଧ୍ୟମର କର୍ତ୍ତବ୍ୟ । ଲୋକଙ୍କ ତାଳିମାଡ଼କୁ ଉପସ୍ଥାପନ କଲାବେଳେ ଗଣ ମାଧ୍ୟମ ନିଜେ କେବଳ ଖବର ଦେବାର କର୍ତ୍ତବ୍ୟ ଟି ତୁଲାଇ ଥାଏ । ଯଦିଓ ଗଣ ମାଧ୍ୟମର ଦାୟୀତ୍ୱ , କର୍ତ୍ତବ୍ୟ ଓ ଭୂମିକା ନେଇ ନୀତି, ନିୟମ ସ୍ପଷ୍ଟ ତଥାପି ଚର୍ଚ୍ଚା କମ୍ ନୁହେଁ ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସମାଜରେ ଘଟୁଥିବା ଅନେକ ଭଲ ଘଟଣାର ଖବରକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।ଭଲ ଖବର ଲୋକଙ୍କ ପାଖରେ ପହଞ୍ଚିବାର ଆବଶ୍ୟକଚା ଦର୍ଶାଇଥିଲେ । କିଛି ମହଲରେ ଏହାକୁ ନେଇ ଆଲୋଚନା । କିନ୍ତୁ ଆମ କହିବା କଥାଟି ହେଲା , ଭଲ ଖବର ଅର୍ଥ କେବଳ ପ୍ରଶଂସା ନୁହେଁ । ନେତାଙ୍କ ଭାଷଣ ଓ ସଭାରେ ପ୍ରଶ୍ନ ଉପରେ ଜୋରଦାର ସକରାତ୍ମକ ଉତ୍ତର , ତାଳିମାଡ ଖବର ବି ଗଣ ମାଧ୍ୟମ ଲାଗି ଏକ ଖବର । ସେ ଖବର ଦେବାରେ ଗଣମାଧ୍ୟମ କାହାରି ତାଳିମାଡ କରେନି । ନେତା ହୁ୍ଅନ୍ତୁ ବା ମୂଖିଆ । ବିଜ୍ଞାପନ ବର୍ତ୍ତମାନର ଏକ ବଡ଼ ଆବଶ୍ୟକତା ପାଲଟିଛି । ସୂଚନା ହେଉ ଅବା ସଚେତନତା ସବୁ କ୍ଷେତ୍ରରେ ବିଜ୍ଞାପନର ଭୂମିକା ବେଶି । ଯୋଜନା ବିଷୟରେ ଜନତାଙ୍କୁ ସୂଚନା ଦେବାର ଆବଶ୍ୟକତା ରହିଛି। ତା ସହ ତାହାର କାର୍ଯ୍ୟକାରିତା, ପ୍ରଦର୍ଶନ, ପରିଣାମ ବା ଫଳାଫଳ ବିଷୟରେ ଜଣାଇବା ମଧ୍ୟ ଦରକାର । ତାହା ସେମାନଙ୍କର ଅଧିକାର ମଧ୍ୟ। ତେଣୁ ସରକାରୀ ହେଉ ଅବା ବେସରକାରୀ ସବୁ ମହଲରେ ବିଜ୍ଞାପନର ଆବଶ୍ୟକତା ଓ ଗୁରୁତ୍ୱ । ଏହାକୁ କେବଳ ବ୍ୟବସୟୀକ ଦୃଷ୍ଟିରୁ ବା ଫାଇଦା ଦିଗରୁ ଦେଖିଲେ ହେବନି । ତେବେ ପ୍ରଦର୍ଶନ ହେଉ କିମ୍ବା କାର୍ଯ୍ୟ ଦକ୍ଷତା ସବୁର ସୁଫଳ ଅଛି । କିନ୍ତୁ ସାଧାରଣ ଲୋକର ସ୍ମରଣ ଶକ୍ତି ଏତେ ଶକ୍ତିଶାଳି ନୁହେଁ । ତେଣୁ ସରକାର , ଶାସନ ଏବଂ ବ୍ୟବସ୍ଥା ସହ ଲୋକଙ୍କୁ ଯୋଡିରଖିବାରେ ବଳିଷ୍ଠ ଭୂମିକା ନେଇଥାଏ ଗଣମାଧ୍ୟମ । ଆଉ ଖବର ହେଉ କି ବିଜ୍ଞାପନ ସବୁ ତ ଦେଇଥାଏ କିଛି ବିଷୟରେ,ପ୍ରସଙ୍ଗରେ ସୂଚନା । ସେଥିରେ ଗଣମାଧ୍ୟମ ଲାଗି ଦାୟୀତ୍ୱ ସହ ତିଷ୍ଠିବା ପାଇଁ ଆବଶ୍ୟକତା ପୂରଣର କାରଣ ବି ରହିଛି । ବାକ୍ ସ୍ୱାଧୀନତା ସବୁରି ରହିଛି । ସମାଲୋଚନା କରିବାରେ ମଧ୍ୟ କୌଣସି ଭୁଲ ନାହିଁ । କିନ୍ତୁ ସମାଲୋଚନା ଗଠନ ମୂଳକ ହେଲେ ଭଲ । ବିଶେଷକରି ଗଣମାଧ୍ୟମ ଏବଂ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ । ସବୁ କିଛିକୁ ବ୍ୟକ୍ତିଗତ ମତାମତ କହି ଆମେ ଦୋଷ ଖାସାଇ ପାରିବା କି ? କାରଣ ତାହାକୁ ପାଠକ ମଧ୍ୟ ଗ୍ରହଣ କରିପାରିବେନି , ଏହା ଆମକୁ ମନେରଖିବାକୁ ହେବ ।

   Related Posts