କରୋନାକାଳରେ ଆଶ୍ଵସ୍ତିକର ଖବର, ଗତ ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ଚାରି ଲକ୍ଷରୁ ଅଧିକ ଆକ୍ରାନ୍ତ, ବଢୁଛି ସୁସ୍ଥହାର

Published By : Prameya-News7 Bureau | May 18, 2021 IST

ନୂଆଦିଲ୍ଲୀ ୧୮।୦୫: ଦେଶରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ କମିବାରେ ଲାଗିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟକୁ ମିଳିଛି ଏହି ଆଶ୍ଵସ୍ତିକର ଖବର। ସ୍ଵାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଦେଶର କରୋନା ସ୍ଥିତିକୁ ନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମେ ୩ରେ ଦେଶରେ କୋଭିଡ୍-୧୯ ସୁସ୍ଥହାର ୮୧.୭୦ ପ୍ରତିଶତ ରହିଥିଲା, ଯାହା ଏବେ ୮୫.୬୦ ପ୍ରତିଶତକୁ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୨୨ ହଜାର ୪୩୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ଏ ପର୍ଯ୍ୟନ୍ତ ଗୋଟିଏ ଦିନରେ ସୁସ୍ଥରେ ସବୁଠୁ ବଡ ରେକର୍ଡ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ନେଇ ସକରାତ୍ମକ ଫଳାଫଳ ଦେଖିବାକୁ ମିଳିଛି। ଦେଶରେ ପଜିଟିଭହାର ୧୪.୧୦ ପ୍ରତିଶତ ରହିଥିବା ଲବ ଅଗ୍ରଓ୍ଵାଲ କହିଛନ୍ତି।

ଅଗ୍ରଓ୍ଵାଲ କହିଛନ୍ତି, କେରଳରେ ୯୯,୬୫୧ ସୁସ୍ଥ  ହୋଇଥିବା ଖବର ଆସିଛି। କେବଳ ୮ ରାଜ୍ୟ ଏମିତି ରହିଛି, ଯେଉଁଠି ପ୍ରତିଦିନ ୧୦ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସୁଛି। ୨୬ ରାଜ୍ୟ ଏମିତି, ଯେଉଁଠି ସୁସ୍ଥହାର ଅଧିକହାର ରହିଛି।

ଆଠ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଆକ୍ଟିଭ କେସ୍

{"id":454203,"sizeSlug":"large","linkDestination":"none"}

ଆଠ ରାଜ୍ୟ ଏମିତି ରହିଛି, ଯେଉଁଠି ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ରହିଛି। ୧୦ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦ ହଜାରରୁ ଏକ ଲକ୍ଷ ମଧ୍ୟରେ ରହିଛି। ସେହି ପରି ୧୮  ରାଜ୍ୟରେ ୫୦ ହଜାରରୁ କମ ଆକ୍ଟିଭ୍ କେସ୍ ରହିଛି। ଗତ ତିନି ସପ୍ତାହରେ ଦେଶର ୧୯୯ ଜିଲ୍ଲାରେ ସଂକ୍ରମଣ କ୍ରମାଗତ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୨, ୬୩,୦୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ କମ ରହିଛି, ଯାହା ଦେଶକୁ ଆଶ୍ଵସ୍ତ କରିଛି। କାରଣ ମେ ୭ରେ ୪,୧୪,୦୦୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଭାରତରେ ଗୋଟିଏ ଦିନରେ କୋଭିଡ୍-୧୯ରେ ୪,୨୩୯ ଜଣଙ୍କ ପ୍ରାଣହାନୀ ଘଟିବା ପରେ କରୋନାଜନିତ ମୃତକ ସଂକ୍ୟା ୨,୭୮, ୭୧୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ୨,୬୩, ୫୩୩ ନୂତନ କେସ୍‌ ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨, ୨୮,୯୯୬କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.