ଉପଭୋକ୍ତାଙ୍କୁ ମିଳିବା ଉତ୍ତମ ବିଦ୍ୟୁତ ସେବା: ସେସୁର ୫୧ ପ୍ରତିଶତ ଅଧିଗ୍ରହଣ ପରେ ଟାଟା ପାୱାର ପକ୍ଷରୁ ପ୍ରତିବଦ୍ଧତା
2/06/2020 at 5:25 PM

ଭୁବନେଶ୍ବର୨/୬: ଉପଭୋକ୍ତାଙ୍କୁ ମିଳିବା ଉତ୍ତମ ବିଦ୍ୟୁତ ସେବା, ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ବୈଷୟିକ ଓ ବିତରଣ ଜନିତ ବିଦ୍ୟୁତ କ୍ଷତିକୁ ରୋକାଯିବ। ବିଦ୍ୟୁତ ବିତରଣ କମ୍ପାନୀ ସେସୁର ୫୧ ପ୍ରତିଶତ ଅଧିଗ୍ରହଣ ପରେ ଟାଟା ପାୱାର ପକ୍ଷରୁ ଦର୍ଶାଯାଇଛି ପ୍ରତିବଦ୍ଧତା। ଓଆଇଆରସି ସେସୁର ଘରୋଇ କରଣକୁ ନେଇ ବେଶ ଉତ୍ସାହିତ ଅଛି। ଅନ୍ୟ ୩ ବିତରଣ କମ୍ପାନିର ଘରୋଇକରଣ ପାଇଁ କ୍ଷେତ୍ର ପ୍ରସ୍ତୁତ କଲାଣି। ତେବେ ଗତ ୨ ଦଶଦ୍ଧି ମଧ୍ୟରେ ସେସୁର ଦୁଇ ଦୁଇ ଥର ଅଧିଗ୍ରହଣ ଚିତ୍ର ରହିଛି ସମ୍ପୂର୍ଣ୍ଣ ଓଲଟା। ଉପଭୋକ୍ତାଙ୍କ କଥା ଛାଡ଼ନ୍ତୁ ଓ ସରକାରଙ୍କ ଅର୍ଥ ନେଇ ଚମ୍ପଟ ମାରିଛନ୍ତି କମ୍ପାନୀ। ତେଣୁ ସେସୁର ଦାୟିତ୍ବ ଏବେ ଟାଟା ପାୱାର ନେବାପରେ ଆଗାମୀ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉପଭୋକ୍ତା ସଂଘ।
ଉପଭୋକ୍ତାଙ୍କୁ ମିଳିବା ଉତ୍ତମ ବିଦ୍ୟୁତ ସେବା, ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ବୈଷୟିକ ଓ ବିତରଣ ଜନିତ ବିଦ୍ୟୁତ କ୍ଷତିକୁ ରୋକାଯିବ। ସେସୁର ୫୧ ପ୍ରତିଶତ ଅଂଶ ଅଧିଗ୍ରହଣ ପରେ ଟାଟା ପାୱାର ପାଇଁ ବୈଷୟିକ ଓ ବିତରଣ ଜନିତ ବିଦ୍ୟୁତ କ୍ଷତିକୁ କମାଇବା ପାଇଁ ରହିଛି ଏକ ଚାଲେଞ୍ଜିଙ୍ଗ ଟାର୍ଗେଟ। ୨୦୩୦ ସୁଦ୍ଧା ଟାଟା ପାୱାର ଏହି କ୍ଷତିକୁ ପରିମାଣ ବର୍ତ୍ତମାନର ୩୧ ପ୍ରତିଶତରୁ ୧୩.୫ ପ୍ରତିଶତ କମାଯିବ ବୋଲି ଓଆଇଆରସି ପକ୍ଷରୁ ଅଧିଗ୍ରହଣ ପ୍ରକ୍ରିୟାରେ ସ୍ପଷ୍ଟ କରାଯାଇଛି।
ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ସେସୁର ବାର୍ଷିକ ଏଟିସି ବା ଆର୍ଗିଗେଟଡ୍ ଟ୍ରାନ୍ସମିସନ ଓ କମର୍ସିଆଲ ଲସ୍ ଦେଖା ଯାଏ ଏହି କ୍ଷତି ପରିମାଣ ପ୍ରାୟ ୨ ହଜାର କୋଟି ଟଙ୍କା ରହୁଛି। ପ୍ରତି ୧ ପ୍ରତିଶତ ବିଦ୍ୟୁତ କ୍ଷତି ପାଇଁ ସେସୁକୁ ୭୦ କୋଟିରୁ ଅଧିକ କ୍ଷତି ସହିବାକୁ ପଡୁଛି। ଏବେ ଟାଟା ପାୱାରର ସେସୁର ଅଧିଗ୍ରହଣ ସହ ଏହି ବଡ଼ ସମସ୍ୟାର ସମାଧାନ ହେବ, ଟାଟା ପାୱାର ଭିତିଭୂମି ବିକାଶରେ ପୁଞ୍ଜିବିନିଯୋଗ କରିବ ଯାହା ଏଟିସି ଲସ୍ କମାଇବା ସହ ବିଦ୍ୟୁତ ବିତରଣ କ୍ଷେତ୍ରରେ ଉତ୍ତମ ସେବା ଯୋଗାଇ ଦେବ ବୋଲି ଓଇଆରସି ଆଶା ରଖିଛି। ଆଗାମୀ ଦିନରେ ସେସୁ ମଡେଲ୍ରେ ୱେସ୍କୋ, ନେସକୋ ଓ ସାଉଥକୋ ପୁଞ୍ଜିପତ୍ୟାହାର ହେବ ବୋଲି ଓଆଇଆରସି ପକ୍ଷରୁ କୁହାଯାଇଛି।