ଯୁବ ଅଧିକାରୀଙ୍କ ନିଆରା ଉଦ୍ୟମ, ବୃଦ୍ଧବୃଦ୍ଧାଙ୍କୁ ଟିକାକରଣରେ କରୁଛନ୍ତି ସାମିଲ
4/04/2021 at 9:48 AM

କଳାହାଣ୍ଡି,୦୪/୦୪: କଳାହାଣ୍ଡିରେ କୋଭିଡ ଟିକାକରଣରେ ସମସ୍ତଙ୍କୁ ସାମିଲ ପାଇଁ ଯୁବ ଅଧିକାରୀଙ୍କ ନିଆରା ଉଦ୍ୟମ। କାର୍ଯ୍ୟାଳୟ ବୋଲେରୋରେ ଟିକାକରଣ କେନ୍ଦ୍ରକୁ ବୃଦ୍ଧ ବୃଦ୍ଧାଙ୍କୁ ପହଂଚାଉଛନ୍ତି ଯୁବ ଅଧିକାରୀ। ଅଧିକାରୀଙ୍କ ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି ।
ସୂଚନାନୁସାରେ, କରୋନା ନିୟନ୍ତ୍ରଣ ପାଇଁ ସରକାର ଭାକ୍ସିନେସନ କାର୍ଯ୍ୟକ୍ରମକୁ ନେଇ ତତ୍ପର ଅଛନ୍ତି। କିନ୍ତୁ ବିଶେଷ କରି ତୃଣମୂଳ ସ୍ତରରେ ସଚେତନତା ଅଭାବରୁ ଅନେକ ଟିକା ନେଉନାହାନ୍ତି। ଏଣୁ ସରକାରଙ୍କ ଏହି ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ ପାଇଁ କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଅଣ୍ଟା ଭିଡିଛନ୍ତି ।

ସେ ନିଜେ ତାଙ୍କ ସରକାରୀ ଗାଡିରେ ବସ୍ତି ବାସିନ୍ଦାଙ୍କୁ ବିଶେଷ କରି ବୃଦ୍ଧ ବୃଦ୍ଧାଙ୍କୁ ବୋହି ହସ୍ପିଟାଲ ନେଇ ପଞ୍ଜିକରଣ କରୁଛନ୍ତି । ଏହାସହ ଟିକାକରଣରେ ସାମିଲ କରୁଛନ୍ତି। ଯହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛି। ସରକାରୀ ଗାଡ଼ିରେ ଟିକାକରଣ ପାଇଁ ସେ ନିଜେ ନେବା କେସିଙ୍ଗା ଅଞ୍ଚଳବାସୀଙ୍କ ପାଇଁ ମଧ୍ୟ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଛି।