ହଜାର ହଜାର କେଜିର ଗୋମାଂସ ଜବତ, ୩ ଅଟକ

Published By : Prameya-News7 Bureau | November 14, 2021 IST

ନିରାକାରପୁର ୧୪/୧୧: ବିପୁଳ ପରିମାଣର ଗୋମାଂସ ଜବତ । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏହି ସବୁ ମାଂସକୁ ଜବତ କରାଯାଇଛି ।

ସୂଚନାନୁସାରେ, ରାମେଶ୍ବର ଛକ ଅଞ୍ଚଳରୁ ଏକ ଗୋ ମାଂସ ବୋଝେଇ କଣ୍ଟେନରକୁ କିଛି ସ୍ଥାନୀୟ ବ୍ୟକ୍ତି ଅଟକ ରଖିଥିଲେ। କଣ୍ଟେନରରେ ୧୫ ଟନ୍‌ ବା ୧୫ ହଜାର କେଜିରୁ ଅଧିକ ପରିମାଣର ମାଂସ ଥିବା ସୂଚନା ମିଳିଛି। ଏସବୁକୁ ଖୋର୍ଦ୍ଧାରୁ ହାଇଦ୍ରାବାଦକୁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

ତେବେ କଣ୍ଟେନର ଚାଳକ ସମେତ ଅନ୍ୟ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କଣ୍ଟେନର ଜବତ କରିବା ସହ ୩ଜଣ ଧରି ଥାନାକୁ ଆଣିଥିବା ଜଣାପଡିଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.