Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ମୁକାବିଲା ଲାଗି ନିଜର ୧୦୨ଟି ଟ୍ରଫି ବିକି ଦେଲେ ଏହି ଗଲ୍ଫ ଖେଳାଳି, ପିଏମ୍ କେୟାର୍ସ ଫଣ୍ଡରେ ଦେଲେ ଏତିକି ଟଙ୍କା

8/04/2020 at 3:16 PM

ନୂଆଦିଲ୍ଲୀ ୮।୪: ସାରା ବିଶ୍ବରେ କରୋନା ଭାଇରସ୍ ଏବେ କାୟା ବିସ୍ତାର କରିଚାଲିଛି । ଦେଶରେ ମଧ୍ୟ ଏହି ଭାଇରସ୍ ର ସଂକ୍ରମଣ ବଢି ବଢି ଚାଲିଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ୍ ଦ୍ବାରା ୫୩୫୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୪ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ଭାଇରସ୍ କବଳରୁ ୩୫୨ ଜଣ ସୁସ୍ଥ ହୋଇଫେରିଛନ୍ତି । ଭାରତର ଏମିତି ସଙ୍କଟ ସମୟରେ ଏହି ଭାଇରସର ମୁକାବିଲା କରିବା ଲାଗି ବିଭିନ୍ନ ବର୍ଗର ଲୋକ ସହାୟତାର ହାତ ବଢାଉଥିବା ଦେଖିବାକୁ ମିଳିଛି । ଏଥିରେ ଅଭିନେତା, ଅଭିନେତ୍ରୀ, କ୍ରିକେଟର, ବ୍ୟବସାୟୀ ଇତ୍ୟାଦି ସହାୟତାର ହାତ ବଢାଉଛନ୍ତି ।

ଏଭଳି ସମୟରେ ଯୁବ ଭାରତୀୟ ଗଲ୍ଫ ଖେଳାଳି ଅର୍ଜୁନ ଭାଟି ମଧ୍ୟ ନିଜକୁ ସାମିଲ କରିଛନ୍ତି । ସେ ତାଙ୍କର ୧୦୨ଟି ଟ୍ରଫି ଅନଲାଇନରେ ବିକି କରୋନା ଭାଇରସ୍ ବିରୋଧରେ ଲଢେଇରେ ସହଯୋଗ କରିଛନ୍ତି । ଏହି ଟ୍ରଫିକୁ ବିକି ସେ ୪,୩୦,୦୦୦ ଲକ୍ଷ ଟଙ୍କା ପିଏମ୍ କେୟାର୍ସ ଫଣ୍ଡରେ ଦାନ କରିଛନ୍ତି ।

ଗ୍ରେଟର ନୋଏଡାର ବାସିନ୍ଦା ହେଉଛନ୍ତି ଅର୍ଜୁନ ବାଟି । ସେ ତାଙ୍କ କ୍ୟାରିୟରର ଶେଷ ୮ ବର୍ଷରେ ଜିତିଥିବା ସମସ୍ତ ଟ୍ରଫି ବିକ୍ରି କରିଦେଇଥିବା ଜଣାପଡିଛି । ତାଙ୍କର ଏହିସବୁ ଟ୍ରଫିରେ ୩ ଥର ଜୁନିଅର ୱାର୍ଲ୍ଡ ଚାମ୍ପିଅନସିପ୍ ଏବଂ ଜାତୀୟ ଚାମ୍ପିଅନସିପ୍ ସମୟରେ ଜିତିଥିବା ଟ୍ରଫି ମଧ୍ୟ ଅନ୍ତର୍ଭୁକ୍ତ ।

ଅର୍ଜୁନ ଟ୍ବିଟ୍ କରି କହିଛନ୍ତି ଯେ, “ଦେଶ ତଥା ବିଦେଶରୁ ଜିତିଥିବା ୧୦୨ଟି ଟ୍ରଫିକୁ ଏହି ସଙ୍କଟ ସମୟରେ ମୁଁ ୧୦୨ ଲୋକଙ୍କୁ ଦେଇଦେଇଛି । ସେମାନଙ୍କଠାରୁ ମୋଟ୍ ୪,୩୦,୦୦୦ଟଙ୍କା ପିଏମ୍ କେୟାର୍ସ ଫଣ୍ଡରେ ଦେଶର ସହାୟତା ପାଇଁ ଦେଇଛି ।”

   Related Posts