ଟୋକିଓ ଅଲିମ୍ପିକ୍ସ : ପଦକ ଦୌଡ଼ରେ ମହିଳା ଗଲ୍ଫ ଖେଳାଳି ଅଦିତି

Published By : Prameya-News7 Bureau | August 06, 2021 IST

ଟୋକିଓ ୦୬।୦୮: ଆଉ ଏକ ପଦକ ଆଶା । ଅଲିମ୍ପିକ୍ସରେ ଭାରତର ମହିଳା ଗଲ୍ଫ ଖେଳାଳି ଅଦିତି ଅଶୋକଙ୍କ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍‌ ପ୍ଲେ ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଅଦିତି ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଯାହାଫଳରେ ଭାରତକୁ ଆଉ ପଦକ ମିଳିବାର ସମ୍ଭାବନା ଦେଖାଦେଇଛି । ସେ ଦ୍ୱିତୀୟ ରାଉଣ୍ଡରେ ୬୬ ସ୍କୋର କରିଥିଲେ । ଏଥିସହ ସେ ମୋଟ ୧୩୩ (-୯) ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ବିଶ୍ୱର ଏକନମ୍ବର ମହିଳା ଗଲ୍ଫର ଆମେରିକାର ନିଲି କୋର୍ଡା ୧୨୯ (-୧୩) ସହ ଶୀର୍ଷ ସ୍ଥାନରେ ଥିବାବେଳେ ଡେନମାର୍କର ନାନା ମ୍ୟାଡସନ୍‌ ୧୩୩ (-୯) ଏବଂ ଏମିଲି କ୍ରିଷ୍ଟିନା ପେଡରସନ୍‌ ୧୩୩ (-୯) ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତର ଅନ୍ୟ ପ୍ରତିଯୋଗୀ ଦୀକ୍ଷା ଡଗର ୧୪୮ ସ୍କୋର ସହ ୫୩ତମ ସ୍ଥାନରେ ରହିଛନ୍ତି । ଏହି ଇଭେଣ୍ଟରେ ମୋଟ ୪ଟି ରାଉଣ୍ଡ ଅନୁଷ୍ଠିତ ହେବ । ଶନିବାର ଦିନ ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍‌ ପ୍ଲେ ତୃତୀୟ ରାଉଣ୍ଡ ସକାଳ ୫.୪୮ ମିନିଟ୍‌ରେ ପରେ ଅନ୍ତିମ ରାଉଣ୍ଡ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.