Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନା ଯୁଦ୍ଧରେ ଆଗଧାଡିର ସୈନିକ ହେଲେ ଗୋଲେଖ: ଚକୁଳିଆ ପଣ୍ଡା ବେଶରେ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା

31/05/2020 at 7:28 PM

ଯାଜପୁର୩୧/୫: ସଂସାରର ଅଭାବ ଅନଟନକୁ ପଛରେ ପକାଇ କରୋନା ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛନ୍ତି ଗୋଲେଖ ଦାସ।  ଏଭଳି ସଂକଟଜନକ ସମୟରେ ବିଭିନ୍ନ ବେଶରେ ଲୋକମାନଙ୍କୁ କରୋନା ସଚେତନତାର ବାର୍ତ୍ତା ବାଣ୍ଟିବା ସହ ମନୋରଞ୍ଜନ ମଧ୍ୟ କରୁଛନ୍ତି ଗୋଲେଖ। କେବଳ କରୋନା ନୁହେଁ, ଯେକୌଣସି ବିପତ୍ତି ସମୟରେ ସ୍ଥାନୀୟ ଅଞ୍ଚଳରେ ବୁଲି ବୁଲି ସେ ଲୋକମାନଙ୍କୁ ସହଯୋଗ କରିଥାଆନ୍ତି।

ଗୋଲେଖ ଜଣେ ନିରୀହ ଓ ନିଷ୍ପାପ ମଣିଷ। ଛନ୍ଦ-କପଟ କଣ ଜାଣନ୍ତି ନାହିଁ। ହେଲେ କରୋନା ଆତଙ୍କରେ ପୂରା ଦେଶ ଆଙ୍କିତ। ଏହି ସମୟରେ ଗୋଲେଖ କିନ୍ତୁ ନିଜ କର୍ତ୍ତବ୍ୟକୁ ଭୁଲି ନାହାନ୍ତି। କରୋନା ମୁକାବିଲା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ବହୁ ସହୃଦୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିକୁ ଅର୍ଥଦାନ କରିଛନ୍ତି। ହେଲେ ଗୋଲେଖଙ୍କ ଅଣ୍ଟାରେ ସିନା ଅଠେଣିଟିଏ ନାହିଁ କିନ୍ତୁ ବଡ଼ ମନରେ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାସ୍ତା କଡ଼ରେ ତେଲ ଭାଜି ଦୋକାନ କରି ୩ ପ୍ରାଣୀ କୁଟୁମ୍ବଙ୍କୁ ପୋଷୁଥିବା ଗୋଲେଖ ବିନା ପାରିଶ୍ରମିକରେ ଭିନ୍ନ ଭିନ୍ନ ବେଶରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରି ଚାଲିଛନ୍ତି।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ଅନ୍ତର୍ଗତ ସାଟିବାଟି କସବା ଗ୍ରାମର ସ୍ବଗତଃ ନନ୍ଦ କିଶୋର ଦାସଙ୍କ ପୁଅ ଗୋଲେଖ ଦାସ ପେଶାରେ ଜଣେ ଛୋଟିଆ ବ୍ୟବସାୟୀ। କିନ୍ତୁ ଗୋଲେଖ ଜଣେ ବହୁମୂଖୀ ପ୍ରତିଭାର ଅଧିକାରୀ। କଳା ପ୍ରତି ରୁଚି ରଖିଥିବା ଗୋଲେଖ କରୋନା ସଚେତନତା ପାଇଁ କେତେ ଯେ ବେଶ ପରିଧାନ କରିଛନ୍ତି, ତାହାର ହିସାବ ନାହିଁ। କେତେବେଳେ ଚକୁଳିଆ ପଣ୍ଡା ବେଶରେ ତ ପୁଣି କେତେବେଳେ ଯମରାଜଙ୍କ ବେଶରେ ଲୋକଙ୍କୁ ସଚେତନ କରିଛନ୍ତି। ନିକଟରେ ଆରଡ଼ି ଧାମରେ ପ୍ରଭୁ ଶିବଙ୍କ ବେଶରେ ମନ୍ଦିରକୁ ଆସୁଥିବା କାଁ,ଭାଁ ଭକ୍ତଙ୍କ ସହ ସ୍ଥାନୀୟ ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଚକୁଳିଆ ପଣ୍ଡା ବେଶରେ ଗାଁ ଗାଁ ବୁଲି ସେ ଯାହା ଚାଉଳ ଓ ପନି-ପରିବା ସଂଗ୍ରହ କରିଥାଆନ୍ତି, ସେ ସବୁକୁ ଭିକାରୀ ଏବଂ ନିରାଶ୍ରୟ ମଣିଷଙ୍କୁ ବାଣ୍ଟିଥାଆନ୍ତି।  

ଗୋଲେଖ କହନ୍ତି, ଏଭଳି ସମୟରେ ଲୋକମାନଙ୍କୁ ସଚେତନ କରି ସେ ବେଶ ଖୁସି ଅନୁଭବ କରନ୍ତି। ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକମାନେ କବାଟ କିଳି ଘରେ ରହୁଛନ୍ତି। ହେଲେ  ଗୋଲେଖ ରାସ୍ତା-ଘାଟ ବୁଲି ଲୋକଙ୍କୁ ସାହାଯ୍ୟ କରିଥାଆନ୍ତି। କେବଳ ସେତିକି ନୁହେଁ କରୋନା ଯୋଗୁଁ ସାରା ଦେଶରେ ଲକଡାଉନ୍‌ କଟକଣା  ଜାରିଥିବା ସମୟରେ ଅସହାୟ, କିଛି ଧାର୍ମିକ, ପଶୁ-ପକ୍ଷୀ ଏବଂ ମାନସିକ ବିକାଶଗ୍ରସ୍ତ ଲୋକଙ୍କୁ ଗୋଲେଖ ଖାଦ୍ୟ ବାଣ୍ଟିଥିଲେ। କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ, ଯାଜପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନିଜର କଳା ପରିବେଷଣ ଥାଆନ୍ତି ଗୋଲେଖ।

ଏହି କରୋନା ଯୁଦ୍ଧରେ ଗୋଲେଖ ଜଣେ ଆଗଧାଡିର ଯୋଦ୍ଧା ଭାବେ ଯାଜପୁର ଅଞ୍ଚଳରେ ବେଶ ପରିଚିତ। ଏତେ ଅଭାବ-ଅନଟନ ଭିତରେ ନିଜ କଳା ମାଧ୍ୟମରେ ଏଭଳି ମହତକାର୍ଯ୍ୟକୁ ସ୍ଥାନୀୟ ମଙ୍ଗଳପୁର- ଦଶରଥପୁର ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି। ଜିଲ୍ଲା କିମ୍ବା ସ୍ଥାନୀୟ ବ୍ଲକ ପ୍ରଶାସନର ସହଯୋଗରେ ତାଙ୍କୁ କଳାକାର ଭତ୍ତା ମିଳିଲେ, ସେ ଅତ୍ୟାନ୍ତ ଖୁସି ହେବେ ବୋଲି ଗୋଲେଖ କହିଛନ୍ତି।  

   Related Posts