ପୁଅର ସ୍କୁଲ ଫି ପାଇଁ ଆତ୍ମହତ୍ୟା କଲେ ପୁରା ପରିବାର

Published By : Prameya-News7 Bureau | June 13, 2019 IST

ଚେନ୍ନାଇ  ୧୩।୬: ତାମିଲନାଡୁ ନାଗପଟ୍ଟନମ ଜିଲ୍ଲାରେ ଘଟିଛି ଦୁଃଖଦ ଘଟଣା। ଜିଲ୍ଲାର ବେଲିପାୟମ ଅଞ୍ଚଳରେ ଏକ ୧୧ ବର୍ଷର ବାଳକ ସମେତ ତାର ପିତାମାତା ଘରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ନିକଟରେ ଦମ୍ପତ୍ତି ତାଙ୍କ ପୁଅର ସ୍କୁଲ ଫିଜ୍ ଦାଖଲ ପାଇଁ ସମ୍ପର୍କିୟଙ୍କଠାରୁ ଟଙ୍କା ଉଧାର ନେଇଥିଲେ। ତେବେ ସମୟରେ ଟଙ୍କା ଫେରସ୍ତ କରି ନପାରିବାରୁ ପୁରା ପରିବାର ବିଷପିଇ ଆତ୍ମହତ୍ୟା କରିଥିବା ସେମାନଙ୍କର ଜନୈକ ନିକଟ ସମ୍ପର୍କିୟ କହିଛନ୍ତି।

ମୃତକଙ୍କ ଚିହ୍ନଟ ହୋଇଛି ସେମାନେ ହେଲେ ସେନ୍ଥିଲ କୁମାର, ତାଙ୍କ ପତ୍ନୀ ଓ ପୁଅ । ସନ୍ଥିଲ ପେଷାରେ ଜଣେ ବଣିଆ। ସ୍ବର୍ଣ୍ଣଳଙ୍କାର କାରବାରରୁ ଯାହା ଆୟ ହୁଏ ସେଥିରେ ତାଙ୍କ ପରିବାର ଚଳେ। ସେନ୍ଥିଲଙ୍କ ପୁଅ ଏକ ଘରୋଇ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ତାର ରିଆଡମିସନ, ବହି ଓ ପୋଷାକପତ୍ର ନିମନ୍ତେ ଜଣେ ବନ୍ଧୁଙ୍କ ଠାରୁ କିଛି ଟଙ୍କା ଉଧାର ନେଇଥିଲେ। ଯାହାକୁ ସେ ଫେରାଇ ପାରୁନଥିଲେ। ଏଣୁ ବନ୍ଧୁ ବାରମ୍ବାର ଫୋନ କରୁଥିଲେ ମଧ୍ୟ ସେ ଫୋନ ଉଠାଉ ନଥିଲେ।

ବନ୍ଧୁ ଜଣକ ସେନ୍ଥିଲକୁମାରଙ୍କ ଘରକୁ ଆସିବା ବେଳକୁ କବାଟ ବନ୍ଦ ଦେଖି ଦ୍ୱାରକୁ ଧକ୍କାମାରି ଖୋଲିଥିଲେ।  ଘର ଭିତରର ପରିବେଶ ଦେଖି ସେ ଆଚମ୍ବିତ ହୋଇଯାଇଥିଲେ। ପତି,ପତ୍ନୀ ଓ ପୁଅ ଙ୍କ ଶବ ଶଢି ଘର ଗନ୍ଧାଉଥିଲା। ଏଣୁ ତୁରନ୍ତ ପୋଲିସକୁ ଫୋନ କରିଥିଲେ। ପୋଲିସ ପହଞ୍ଚି ଶବ ୩ଟିକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ମାମଲାର ଯାଞ୍ଚ ଆରମ୍ଭ କରିଛି। ଦମ୍ପତ୍ତି ପୁଅକୁ ନୂଆ ସ୍କୁଲ ପୋଷାକ ପିନ୍ଧାଇ  ବିଷ ମିସା ଖାଦ୍ୟ ଖାଇ  ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି କହିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.