Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • ମହାରାଷ୍ଟ୍ରରେ ବେକାବୁ କରୋନା ! ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ସଂକ୍ରମତି ଚିହ୍ନଟ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||
  • ଝାରସୁଗୁଡା : ଗଛରେ ଝୁଲୁଛି ଜବାନଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
  • ||
  • ସାଲେପୁର : ବୃଦ୍ଧାଙ୍କଠାରୁ ୧୪ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପେନସନ୍ ଉଠାଇ ଖାଇବା ବେଳେ ଲୁଟ୍‌ର ଶିକାର
  • ||
  • ଭୁବନେଶ୍ବର : ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ||
  • ସିରିଜ୍ ଦୁର୍ଘଟଣା : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ପିଟିଲା ଇନୋଭା, ୪ ଆହତ
  • ||
  • ଭୁବନେଶ୍ବର : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ଧକ୍କାଦେଲା ଇନୋଭା
  • ||
  • କୁଚିଣ୍ଡା : ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ
  • ||

ଅଫିସ୍‌ରେ ବସି ମଧ୍ୟ ଘରେ ଥିବା ଶିଶୁକୁ ସ୍ତନ୍ୟପାନ କରାଇପାରିବେ ମହିଳା କର୍ମଜୀବୀ ; ବ୍ରିଟେନ୍‌ର ଏକ କମ୍ପାନୀ ଆରମ୍ଭ କଲା ଅଭିନବ ପ୍ରୟାସ

22/08/2018 at 4:28 AM

ଲଣ୍ଡନ ୨୨/୮ : ଏବେ ବ୍ରିଟେନ୍‌ର କର୍ମଜୀବୀ ମହିଳାମାନେ ଅଫିସରେ ବସି ମଧ୍ୟ ଘରେ ଥିବା ସେମାନଙ୍କ ଛୁଆଙ୍କୁ ସ୍ତନ୍ୟପାନ କରାଇପାରିବେ । ବ୍ରିଟେନର ଗୋଲ୍ଡମ୍ୟାନ୍ ସାକ୍ସ ବ୍ୟାଙ୍କ ଏବେ ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । କମ୍ପାନୀ ତାର ମହିଳା କର୍ମଚାରୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଇବ । ଡ୍ୟୁଟି ସମୟରେ ଘରେ ଥିବା ଶିଶୁମାନଙ୍କ ନିକଟରେ ମାଆ କ୍ଷୀର ପହଞ୍ଚାଇବ । ଏଥିପାଇଁ ମହିଳା କର୍ମଚାରୀମାନଙ୍କୁ ଫ୍ରିଜିଂ କିଟ୍ ମଧ୍ୟ କମ୍ପାନୀ ଦେବ । ଘରେ ମାଆ କ୍ଷୀର ପହଞ୍ଚାଇବା ପାଇଁ ମିଲ୍କସିପ୍ ନାମକ ଏକ ସଂସ୍ଥା ସହ କମ୍ପାନୀ ଚୁକ୍ତି କରିଛି । ଏହାର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ । ଏହି ସୁବିଧା କେବଳ ସେହି ମହିଳାମାନଙ୍କୁ ମିଳିବ ଯାହାର ଘର କମ୍ପାନୀଠାରୁ ଅଧିକ ଦୂରରେ ହୋଇଥିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏକା ସମୟରେ ମହିଳାମାନଙ୍କ ପାଇଁ ଶିଶୁର ଦେଖାଶୁଣା କରିବା ଏବଂ ଚାକିରୀ କରିବା ସମ୍ଭବପର ହୁଏନାହିଁ । ଫଳରେ ସେମାନେ ପରିବାର ଓ ଚାକିରୀ ଭିତରେ ସନ୍ତୁଳନ ରକ୍ଷା କରିବାପାଇଁ ଚେଷ୍ଟା କରନ୍ତି । କମ୍ପାନୀ ଅନୁମାନ କରିଛି ଏହି ସୁବିଧା ପ୍ରଦାନ କରିବା ଦ୍ବାରା ପାଖାପାଖି ୬ହଜାର ମହିଳା କର୍ମଚାରୀ ଓ ସେମାନଙ୍କର କ୍ଷୀର ପିଉଥିବା ଶିଶୁ ଉପକୃତ ହେବେ ।କମ୍ପାନୀର ଜଣେ ଅଧିକାରୀ କହିଛନ୍ତି କର୍ମଜୀବୀ ମହିଳାମାନଙ୍କ ପାଇଁ ଏଭଳି ସୁବିଧା ଇଂଲଣ୍ଡର କୌଣସି କମ୍ପାନୀ ଆଗରୁ ପ୍ରଦାନ କରିନାହାନ୍ତି । ତେବେ ପୂର୍ବରୁ ଆମେରିକାରେ ଏପରି ବ୍ୟବସ୍ଥା ପ୍ରଚଳନ ଅଛି ।

   Related Posts