Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ହାଇଦ୍ରାବାଦରେ ନୂଆ ଅଫିସ୍‌ ଖୋଲିବ ଗୋଲ୍ଡମ୍ୟାନ୍‌ ସାକସ୍‌, ନିଯୁକ୍ତି କରିବ ୨ ହଜାରରୁ ଅଧିକ କର୍ମଚାରୀ

19/07/2021 at 9:44 PM

ହାଇଦ୍ରାବଦ, ୧୯/୦୭: ଭାରତରେ ଗୋଲ୍ଡମ୍ୟାନ୍‌ ସାକ୍‌ସ୍‌ ନାମକ ଏକ ବଡ଼ କମ୍ପାନୀ ଏହାର ଶାଖା ଖୋଲିବାକୁ ଯାଉଛି । ହାଇଦ୍ରାବାଦ ସହରରେ ଏହାର ନୂଆ ଶାଖା ଖୋଲିବାକୁ ଯାଉଛି । ୨୦୨୩ ବେଳକୁ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ । ଫଳରେ କମ୍ପାନୀ ପାଖାପାଖି ୨ ହଜାରରୁ ଅଧିକ ଲୋକଙ୍କୁ ଏଠାରେ ନିଯୁକ୍ତି ପ୍ରଦାନ କରିବ ।

କମ୍ପାନୀ ପକ୍ଷରୁ ଆଜି ଏ ନେଇ ଘୋଷଣା କରାଯାଇଛି । କମ୍ପାନୀ ଏହାର ବିଶ୍ୱ ସମୁଦାୟରେ ଇଞ୍ଜିନିୟରିଂ ଏବଂ ବାଣିଜ୍ୟିକ ଉତ୍ପାଦନ ବୃଦ୍ଧି ନିମନ୍ତେ ଏକ ପାଦ ଆଗେଇ ଭାରତରେ ଏହାର ଶାଖା ଖୋଲିବାକୁ ଯୋଜନା ରଖିଛି ।

ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, କମ୍ପାନୀ ମାର୍ଚ୍ଚ ୨୦୨୧ରୁ ହାଇଦ୍ରାବାଦରେ ଅପରେଶନ୍‌ ଆରମ୍ଭ କରିଛି । ବର୍ତ୍ତମାନ ଏଠାରେ ୨୫୦ କର୍ମଚାରୀ କାମ କରୁଛନ୍ତି । ଆଶା କରାଯାଉଛି ଯେ, ବର୍ଷ ଶେଷ ବେଳକୁ ପାଖାପାଖି ୮ ଶହ କର୍ମଚାରୀ ଏଠାରେ କାମ କରୁଥିବେ । ୭୦ ପ୍ରତିଶତ କର୍ମଚାରୀଙ୍କୁ ନୂଆ ଭବେ ନିଯୁକ୍ତି ଦିଆଯିବା ନେଇ କମ୍ପାନୀ କହିଛି ।

ତେବେ କମ୍ପାନୀ ତରଫରୁ ଦିଆଯାଇଥିବା ନୂଆ ସୁବିଧାକୁ ତେଲେଙ୍ଗାନା ଆଇଟି ଏବଂ ଶିଳ୍ପ ମନ୍ତ୍ରୀ କେଟି ରାମା ରାଓ ଉଦ୍‌ଘାଟନ କରିଥିଲେ । ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡାଭିଡ୍‌ ଏମ୍‌ ସୋଲୋମନ୍‌ ଏହି ଅବସରରେ କହିଛନ୍ତି ଯେ, ଗୋଲ୍ଡମ୍ୟାନ୍‌ ସକ୍‌ସ୍‌ର ବାଣିଜ୍ୟିକ ଅଭିବୃଦ୍ଧିରେ ଏହି ଶାଖା ବେଶ୍‌ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି ।

   Related Posts