ଏହି ଗୋଲ୍‌ଡେନ ବୟ କଣ ଦକ୍ଷିଣ ଭାରତର ବରିଷ୍ଠ ନେତା ଏମ୍‌କେ ଷ୍ଟାଲିନ୍‌ଙ୍କ ନାତି କି? ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | July 24, 2019 IST

ଏବେ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଯୁବକ କଳା ରଂଗର ପୋଷାକ ପିନ୍ଧିଛନ୍ତି ଓ ନିଜେ ସୁନା ଗହଣାରେ ପୋତି ହୋଇଛନ୍ତି। ଫଟୋ ଦେଖି ଲୋକେ ଅନୁମାନ କରୁଛନ୍ତି ଯେ, ଏହି ଯୁବକ ସାଉଥର ବରିଷ୍ଠ ନେତା ଓ ଡିଏମ୍‌କେର ମୁଖ୍ୟ ଏମ୍‌କେ ଷ୍ଟାଲିନଙ୍କ ନାତି। ଏହି ଫଟୋକୁ ପାଖାପାଖି ୪୦୦ରୁ ଅଧିକ ଥର ସେୟାର କରାଯାଇଛି।

{"id":136932}

ତେବେ ସୋସିଆଲ ମିଡିଆରେ ଏହି ଫଟୋ ଦେଖି ଯାହା ଅନୁମାନ କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବେ ଭୁଲ। ଏହି ଯୁବକ ଡିଏମ୍‌କେର ପ୍ରମୁଖ ଏମ୍‌କେ ଷ୍ଟାଲିନଙ୍କ ନାତି ନୁହଁନ୍ତି। ଏହି ଯୁବକଙ୍କୁ ଗୁଗୁଲ ଫଟୋ ରିଭର୍ସ ଇମେଜରେ ସର୍ଚ୍ଚ କଲେ ତାଙ୍କ ବିଷୟରେ ଜଣା ପଡିବ। ପୁଣେରେ ରହୁଥିବା ଏହି ଯୁବକ ଗୋଲ୍‌ଡେନ ବୟ ନାଁରେ ପରିଚିତ।       

{"id":136936}

ଏହି ଯୁବକଙ୍କ ନାଁ ହେଉଛି ହର୍ଷବର୍ଦ୍ଧନ ପନ୍ଧାରକର। ହର୍ଷବର୍ଦ୍ଧନ ମହାରାଷ୍ଟ୍ରର ସବୁଠୁ କମ ବୟସର ଗୋଲ୍‌ଡେନ୍‌ ବୟ ଭାବେ ଚର୍ଚ୍ଚିତ । ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ୫୨.୩ ହଜାରର ଫଲୋଅର୍ସ ଅଛନ୍ତି। ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ।  ସୂଚନାଯୋଗ୍ୟ ଯେ, ଏମ୍‌କେ ଷ୍ଟାଲିନଙ୍କ ନାତିଙ୍କ କୌଣସି ଫଟୋ ଗୁଗୁଲ ବା ସୋସିଆଲ ମିଡିଆରେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.