Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମାଟି ଖୋଳୁ ଖୋଳୁ ନର୍ସ ପାଇଲେ ସୁବର୍ଣ୍ଣ ବାଇବେଲ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

9/11/2021 at 11:31 AM

ଲଣ୍ଡନ,୦୯/୧୧: ମାଟି ତଳୁ ମିଳିଲା ସୁବର୍ଣ୍ଣ ବାଇବେଲ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜଣେ ନର୍ସ ମାଟି ତଳୁ ଏହି ସୁନେଲି ବାଇବେଲ ପାଇଛନ୍ତି । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବାରେ କାମ କରୁଥିବା ନର୍ସ ଜଣଙ୍କୁ ଏପରି ବାଇବେଲ୍ ମିଳିଛି ।

ସୂଚନାନୁସାରେ, ବଫଲେ ବେଲି ନାମକ ଜଣେ ନର୍ସ ୟୁକେ ଜାତୀୟ ସ୍ୱାସ୍ଥ୍ୟ ସେବାରେ କାର୍ଯ୍ୟ କରନ୍ତି ।ସେ ଏକ ମେଟାଲ ଡିଟେକ୍ଟର ଧରି ଏକ ପଡିଆରେ ସନ୍ଧାନ । ମାଟି ତଳେ କୌଣସି ମୂଲ୍ୟବାନ ଧାତୁ ଥିବା ତାଙ୍କ ମେଟାଲ ଡିଟେକ୍ଟରରେ ସୂଚନା ମିଳିଥିଲା  । ସେ ମାଟି ଖୋଲିବା ପରେ ଏକ ସୁନେଲି ରଙ୍ଗର ଏକ ବସ୍ତୁ ପାଇଥିଲେ ।  ପ୍ରଥମେ ଏହାକୁ ସେ କାହାର ଏକ ସାଧାରଣ ଉପହାର ଭାବିଥିଲେ ।

ଅଧିକ ଭଲ ଭାବେ ଦେଖିବା ପରେ ବସ୍ତୁଟି ସୁନାରେ ତିଆରି ବାଇବେଲ ବୋଲି ସେ ଜାଣିବାକୁ ପାଇଥିଲେ । ଏହା ବହୁ ପ୍ରାଚୀନ ଓ ରାଜ ପରିବାରର ସଦସ୍ୟଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଜଣାପଡିଥିଲା । ସେ ଯେଉଁ ସ୍ଥାନରୁ ଏହାକୁ ପାଇଥିଲେ ତାହା ରାଜା ରିଚାର୍ଡ କିଙ୍ଗ ତୃତୀୟଙ୍କର ଥିଲା । ରିଚାର୍ଡ ପଞ୍ଚଦଶ ଶତାବ୍ଦୀରେ ଏଠାରେ ଶାସନ ଗାଦିରେ ଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସୁବର୍ଣ୍ଣ ବାଇବେଲର ଦାମ୍ ୫ ଗ୍ରାମ୍ ଥିବା ବେଳେ ଏବା ୨୨ କ୍ୟାରେଟ୍ ସୁନାରେ ତିଆରି । ଏବେ ଏହାକୁ ୟର୍କସାୟର ମ୍ୟୁଜିୟମରେ ରଖାଯାଇଛି । ଯାହାର ଦାମ୍ ୧.୩ ମିଲିୟନ ଡଲାର ହେବ ବୋଲି ସୂଚନା ମିଳିଛି ।

   Related Posts