ଗୋଲ୍ଡେନ ବାବାଙ୍କ ନାଁରେ ସଟ୍ଟା କାରବାର, ଫେକ୍‌ ଆଇଡିରେ ୫ଶହ ନେଇ ଦେଇଛନ୍ତି ଚକ୍‌ମା

Published By : Prameya-News7 Bureau | February 04, 2020 IST

ଗାଜିଆବାଦ ୦୪।୦୨: ଗୋଲ୍ଡେନ ବାବାଙ୍କ ନାଁରେ ଠକେଇ ଅଭିଯୋଗ । ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ଇନ୍ଦିରାପୁରମ ଅଞ୍ଚଳରେ ବାସ କରନ୍ତି ଗୋଲ୍ଡେନ ବାବା । ବାବାଙ୍କ ନାଁରେ ମିଛ ଫେସବୁକ୍‌ ଆଇଡି ଖୋଲାଯାଇ ସେଥିରେ ସଟ୍ଟା ନମ୍ବର ଲେଖାଯାଇଥିଲା । ଗୋଲ୍ଡନେ ବାବାଙ୍କ ନାମରେ ଏହିପରି ଭାବରେ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗୋଲ୍ଡେନ ବାବାଙ୍କ ଫେକ୍‌ ଆଇଡି ଜରିଆରେ ୫୦୦ଟଙ୍କ ଲେଖାଏଁ ମଗାଯାଉଥିଲା ।ଯଦି ଆପଣମାନେ ୫ଶହ ଟଙ୍କ ଦେଉଛନ୍ତି , ତେବେ ଆପଣଙ୍କୁ ସଟ୍ଟାର ଉପଯୁକ୍ତ ନମ୍ବର ଦିଆଯିବ। ଯାହାଦ୍ବାରା ଆପଣମାନେ ଜ୍ୟାକପଟ ପୁରସ୍କାର ଜିତିପାରିବେ । ତେବେ ଏହିସବୁକୁ ଦେଖି ବାବାଙ୍କ ଅନୁଗାମୀମାନେ ଥାନାରେ ଏକ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୋଲ୍ଡେନ ବାବା ଭାବେ ପରିଚିତ ବାବା ଜୁନା ଆଖଡା ସହିତ ସଂପର୍କ ରଖନ୍ତି । ବାବା ନିଜ ଦେହରେ ସୁନାର ଆଭୂଷଣ ପିନ୍ଧିବା କାରଣରୁ ତାଙ୍କୁ ଗୋଲ୍ଡେନ ବାବା ଭାବେ ପରିଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.