ଗୋଲଡେନ୍ ବାବା ଫେକ୍ ନମ୍ବର ଲଗାଇ ଦାମୀ କାର ଚଢ଼ୁଥିଲା, ଅଡ଼ି, ବିଏମଡବ୍ଲୁ ଭଳି ଦାମୀ କାରରେ ଲାଗାଇଥିଲା ଅଟୋର ନମ୍ବର

Published By : Prameya-News7 Bureau | January 08, 2019 IST

ଭୁବନେଶ୍ବର ୮|୧:ବାବା ଚାରସୋ ବିଶ୍‌ର କଳା କାରନାମା ଉପରୁ ପରଦା ହଟାଇବ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା ବା EOW  । ଗୋଲଡେନ୍‌ ବାବା ଓରଫ ଜ୍ୟୋତି ରଂଜନ ବେଉରା ବିରୋଧରେ କମିଶନରେଟ୍‌ ପୋଲିସରେ ରୁଜୁ ହୋଇଥିବା ୪ଟି ଠକେଇ ମାମଲାରୁ ୨ଟି ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ EOW । ଖୁବ୍‌ କମ୍‌ ଦିନ ଭିତରେ ଜଣେ ସାଧାରଣ କ୍ୟାମେରା ମ୍ୟାନ୍‌ରୁ କୋଟି କୋଟି ଟଙ୍କାର ମାଲିକ ବନିଯାଇଥିବା ଗୋଲଡେନ୍‌ ଜ୍ୟୋତିର ଗୁମର ଖୋଲିବାରେ ଲାଗିଛି । ବାବା ଚଢ଼ୁଥିବା ଦାମୀ ଗାଡ଼ିରେ ଫେକ୍‌ ନମ୍ବର ଲାଗିଥିବା ଖବର ମିଳିଛି ।

{"id":71767}

ଧୀରେ ଧୀରେ ଖୋଲୁଛି ଗୋଲଡେନ୍‌ ବାବାର ଗୁମର । ଗୋଲଡେନ୍‌ ଜ୍ୟୋତି ଓରଫ ଜ୍ୟୋତି ରଂଜନ ବେଉରାର ଆର୍ଥିକ କାରବାରର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ EOW । କମିଶନରେଟ୍‌ ପୋଲିସରେ ରୁଜୁ ହୋଇଥିବା ୪ଟି ଠକେଇ ମାମଲାରୁ ୨ଟି ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ । ଖୁବ୍‌ କମ୍‌ ଦିନ ଭିତରେ ଜଣେ ସାଧାରଣ କ୍ୟାମେରା ମ୍ୟାନ୍‌ରୁ କେମିତି ଜ୍ୟୋତି ରଂଜନ କୋଟି କୋଟି ଟଙ୍କାର ମାଲିକ ବନିଯାଇଥିଲା ତା’ର ଖୋଳତାଡ଼ ଆରମ୍ଭ ହୋଇଛି । ତେବେ ୟା ଭିତରେ ଗୋଲଡେନ୍‌ ବାବା ଫେକ୍‌ ନମ୍ବର ଲଗାଇ ଦାମୀ କାର ଚଢ଼ୁଥିବା ଖବର ମିଳିଛି । ଅଡ଼ି, ବିଏମଡବ୍ଲୁ ଭଳି ଦାମୀ କାରରେ ଲାଗିଥିବା ନମ୍ବର ପ୍ଲେଟ୍‌ ଗୁଡ଼ିକ କୌଣସି ପୁରୁଣା ଗାଡ଼ିର ବୋଲି ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ତେବେ ଏହି ଗାଡ଼ି ଗୁଡ଼ିକ କେଉଁଠି ରହିଛି ତାର ଅନୁସନ୍ଧାନ ଜାରି ରହିଛି ।

{"id":71768}

ଗଲା ଡିସେମ୍ବର ୩୧ ରାତିରେ ଜ୍ୟୋତି ରଂଜନ ବେଉରାକୁ ଗିରଫ କରାଯାଇଥିବା ବେଳେ କମିଶନରେଟ୍‌ ପୋଲିସ କାହିଁକି ଗାଡ଼ି ଗୁଡ଼ିକୁ ଜବତ କରିନଥିଲା ତାକୁ ନେଇ ମଧ୍ୟ ସାଧାରଣରେ ସଂଦେହ ସୃଷ୍ଟି ହୋଇଛି । ଗୋଲଡେନ୍‌ବାବାକୁ ରିମାଣ୍ଡରେ ନେଇଥିବା ଚନ୍ଦ୍ରଶେଖରପୁର​ ଥାନା ପୋଲିସ ମଧ୍ୟ କାହିଁକି ତା’ର ସମ୍ପତ୍ତିକୁ ଜବତ କରିନଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ପୋଲିସ ଜାଣିଶୁଣି ସମ୍ପତ୍ତି ଗାଏବ୍‌ କରିବାକୁ ସମୟ ଦେଇଥିବା ଚର୍ଚ୍ଚା ହେଉଛି । ଏବେ ଗୋଲଡେନ୍‌ ବାବାର ଠକେଇ ସମେତ ଗୋରୁ ଚାଲାଣ, ଦାଦାବଟି ଆଦାୟ ଭଳି ୧୯ରୁ ଅଧିକ ମାମଲା କ୍ରାଇମବ୍ରାଂଚ ସ୍କାନରକୁ ଆସିଛି ।  ଓଡ଼ିଶା ବାହାରେ ମଧ୍ୟ ଗୋଲଡେନ୍‌ ବାବାର ନେଟଓ୍ବର୍କ ଲମ୍ବିଥିବାରୁ ରାଜ୍ୟ ବାହାରକୁ ଯାଇ ଖୋଳତାଡ଼ କରିବାକୁ ଯୋଜନା ପ୍ରସ୍ତୁତ କରୁଛି  କ୍ରାଇମବ୍ରାଂଚ ।

{"id":71770}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.