Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଗୋଲଡେନ୍ ବାବା ଫେରିଲେ

1/08/2018 at 12:51 PM

ଗୋଲଡେନ୍ ବାବା ଫେରିଲେ । ଏଥର କନୱାର ଯାତ୍ରାରେ ପୁଣି ଦେଖାଦେଇଥିବା ଏହି ସ୍ୱର୍ଣ୍ମ ବାବା ଏଥର ପିନ୍ଧିଛନ୍ତି ଆହୁରି ଅଧିକ ସୁନା ଅଳଙ୍କାର । ଗୋଲଡେନ ବାବା ଓରଫ ସୁଧିର ମକ୍କାର ଏଥର ମେଳାକୁ ୬ କୋଟି ଟଙ୍କାର ସୁନା ଗହଣା ପିନ୍ଧି ଆସିଛନ୍ତି । ପ୍ରାୟ ୨୦ କିଲୋ ଗ୍ରାମର ଗହଣା ପିନ୍ଧି ଏସୟୁଭି ଉପରେ ଛିଡା ହୋଇଥିବା ବାବା ହୋଇଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ । ୨୦ ରିୁ ଅଧିକ ସୁନା ଚେନ୍, ହାର ଏବଂ ଠାକୁରଙ୍କ ଲକେଟ ଲାଗିଥିବା ଚେନ୍ ପିନ୍ଧିଛନ୍ତି ବାବା ।ସୁନାର ଏକ ଛେଟ ଜ୍ୟାକେଟ୍ ବି ରହିଛି ବାବାଙ୍କ ଶରୀରରେ । ତେବେ ବାବା କନୱାର ଯାତ୍ରାକୁ ଏପରି ସୁନା ପିନ୍ଧି ଆସିବା ନୁଆ ନୁହେଁ । ଗତ ବର୍ଷ ବାବା ସୁଧିର ମକ୍କର ୧୪ କିଲୋ ୫ ଶହ ଗ୍ରାମ୍ ର ସୁନା ଅଳଙ୍କାର ପିନ୍ଧି ଆସିଥିଲେ । ୨୦୧୬ ରେ ପିନ୍ଧିଥିଲେ ୧୨ କିଲୋ ଓଜନର ସୁନା ଗହଣା ।ତେବେ ବାବା କହିଛନ୍ତି , ଏଥର ସେ ଆହୁରି ଗହଣା ପିନ୍ଧିଥାନ୍ତେ । କିନ୍ତୁ ତାଙ୍କ ବେକ ଓଜନ ସମ୍ଭାଳି ପାରୁନଥିବାରୁ ଏବଂ ଦୃଷ୍ଟି ଶକ୍ତି ହ୍ରାସ କାରଣରୁ ସେ ଗହଣା ପିନ୍ଧିବା କମାଇଦେଇଛନ୍ତି । ଏଥର ବାବା ୨ କିଲୋ ଓଜନର ହାର ଟେ ପିନ୍ଧିଛନ୍ତି । ୨୫ ରୁ ଅଧିକ ଲକେଟ ଲାଗିଛି ଚେନ୍ ରେ ।ତା ସାଙ୍ଗକୁ ବାବା ୨୭ ଲକ୍ଷ ଟଙ୍କାର ଏକ ରୋଲେକ୍ସ ଘଡି ବି ପିନ୍ଧିଛନ୍ତି ।ଏତିକି ନୁହେଁ ଜାଗୁଆର ଲ୍ୟାଣ୍ଡ ରୋଭର ଏବଂ ହମର ଭଳି ଦାମି କାରରେ ହରିଦ୍ବାର ଆସୁଥିବା ବାବାଙ୍କର ଅଡି, ବିଏମଡବ୍ଲୁ, ଫର୍ଚୁନର ଏବଂ ଇନୋଭା କାର ରହିଛି । ବାବାଙ୍କ ଅନୁଗାମି ତାଲିକା ବେଶ୍ ଲମ୍ବା

   Related Posts