କାଉଡିଆ ଯାତ୍ରା ଲାଗି ଆଭୂଷଣ ଓଜନ ହ୍ରାସ କରିବେ ଗୋଲ୍ଡେନ ବାବା, କହିଲେ ୨୬ ନୁହେଁ ଚଳିତବର୍ଷ ପିନ୍ଧିବେ ୧୬ କେଜି ଗହଣା

Published By : Prameya-News7 Bureau | July 28, 2019 IST

ମିରଟ : ପ୍ରତିବର୍ଷ ଶ୍ରାବଣ ମେଳାରେ ଗଣମାଧ୍ୟମର ଚର୍ଚ୍ଚାର କେନ୍ଦ୍ର ପାଲଟୁଥିବା ଗୋଲ୍ଡେନ ବାବା ଓରଫ ସୁଧୀର ମକ୍କଡ ଚଳିତବର୍ଷ ମଧ୍ୟ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସବୁ ବର୍ଷ ସେ  କାଉଡିଆ ଯାତ୍ରା ଲାଗି ୨୬ କେଜି ଓଜନର ସ୍ୱର୍ଣ୍ଣ ଆଭୂଷଣ ପିନ୍ଧି ଯାତ୍ରା କରିଥାନ୍ତି। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ଚଳିତବର୍ଷ ସେ ଶ୍ରାବଣ ଯାତ୍ରା ବନ୍ଦ କରୁନଥିଲେ ହେଁ ସ୍ୱର୍ଣ୍ଣ ଆଭୂଷଣର ଓଜନ କମାଇ ଦେଇଛନ୍ତି। ଚଳିତ ବର୍ଷ ସେ ମାତ୍ର ୧୬ କେଜି ଓଜନର ସୁନାଗହଣା ପିନ୍ଧି ବୋଲବମରେ ଯାଉଥିବା ଗଣମାଧ୍ୟମକୁ କହିଛନ୍ତି।

{"id":138245}

ସେ କହିଛନ୍ତି ଯେ ଗତ ୨୬ ବର୍ଷ ହେଲା ସେ କାଁବର ଯାତ୍ରା କରୁଛନ୍ତି। ପ୍ରତି ବର୍ଷ ୨୬ କେଜି ଓଜନର ସୁନାଗହଣା ପିନ୍ଧି ଏହି ଯାତ୍ରାରେ ସାମିଲ ହୋଇଥାଏ। ହେଲେ ଚଳିତବର୍ଷ ଏଥିନିମନ୍ତେ ସ୍ୱାସ୍ଥ୍ୟ ସାଥ ଦେଉ ନାହିଁ। ପାଦରେ ଚାଲି ଚାଲି ଦୂର ଯାତ୍ରା ସାଙ୍ଗକୁ ସୁନାଗହଣାର ଓଜନ ବୋହିବା ଅଧିକ କଷ୍ଟକର ହୋଇପଡିବ। ଏଣୁ ଚଳିତ ବର୍ଷ ଯାତ୍ରାରେ ସେ ୧୦ କେଜି ଓଜନର ଆଭୂଷଣ ହ୍ରାସ କରିବାକୁ ଚିନ୍ତା କରୁଥିବା କହିଛନ୍ତି।

{"id":138246}

ତେବେ ଗୋଲ୍ଡେନ ବାବା ସୁନାର ସୌକିନ ନୁହଁନ୍ତି କି ସ୍ୱର୍ଣ୍ଣଳଙ୍କାର ଲାଗି ତାଙ୍କ ମନରେ କୌଣସି ଆଗ୍ରହ ମଧ୍ୟ ନାହିଁ। ସେ ସାଧାରଣ ଲୋକଙ୍କ ଭଳି ଦେହରେ ନାମକୁମାତ୍ର ସ୍ୱର୍ଣ୍ଣଆଭୂଷଣ ଯାହା ପିନ୍ଧୁଥିଲେ। ଏଥିରେ ଗୋଟିଏ ଚେନ୍ ଓ ଗୋଟିଏ ମୁଦି ହିଁ ଥିଲା ତାଙ୍କର ସର୍ବଶ୍ୱ ହେଲେ ଏ ସବୁ ମୂଲ୍ୟହୀନ ବୋଲି ଲୋକଙ୍କ ମନରେ ସଚେତନତା ସୃଷ୍ଟି ପାଇଁ ତାଙ୍କ ଉଦ୍ୟମ ଆଜି ତାଙ୍କୁ ପର୍ବପର୍ବାଣୀରେ ୨୬ କେଜି ଓଜନର ଆଭୂଷଣ ବୋହିବାକୁ ପଡୁଛି ବୋଲି କହିଛନ୍ତି।

{"id":138247,"width":573,"height":368}

ସେ ପିନ୍ଧୁଥିବା ପ୍ରତ୍ୟେକଟି ଆଭୂଷଣକୁ ନିଜେ ଟଙ୍କା ଖର୍ଚ୍ଚ କରି କ୍ରୟ କରିଛନ୍ତି। ଏଥିଲାଗି ସେ କାହାରିଠାରୁ ଦାନ, ଦକ୍ଷିଣା ଗ୍ରହଣ କରିନାହାନ୍ତି କି କେଉଁଠୁ ଋଣ ଉଧାର ବି କରିନାହାନ୍ତି। ବୋଲବମ ଯାତ୍ରା ନିମନ୍ତେ ଗୋଲ୍ଡେନ ବାବାଙ୍କ ନିଜର ଏକ ସମୂହ ରହିଛି। ଯେଉଁଥିରେ ପ୍ରତିବର୍ଷ ବାବାଙ୍କ ସମେତ ୨୫୦ରୁ ୩୦୦ ଜଣ ସାମିଲ ହୋଇଥାନ୍ତି। ଏହି ସମୂହର ବୋଲବମ ଯାତ୍ରାରେ ଆମ୍ବୁଲାନ୍ସ,   ପାଣି ଓ ଭୋଜନର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.