ଏୟାର ଇଣ୍ଡିଆ ବିମାନ ଶୌଚାଳୟରୁ ମିଳିଲା ୨.୨୪ କୋଟି ଟଙ୍କା ମୂଲ୍ୟର ସୁନା
7/11/2019 at 4:39 PM

ଦୁବାଇରୁ ଚେନ୍ନାଇ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନର ଶୌଚାଳୟରୁ ୨.୨୪କୋଟି ଟଙ୍କାର ସୁନା ଜବତ କରାଯାଇଛି। ଏହାର ମାଲିକ କିଏ ବା କିଏ ଏହାକୁ ଚୋରି କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ ଯେ, ଏକ ଗୋପନ ତଥ୍ୟ ଆଧାରରେ ବିମାନବନ୍ଦରେ ଏହି ବିମାନରେ ବ୍ୟାପକ ଯାଂଚ କରାଯାଇଥିଲା । ତଲାସି ସମୟରେ ଶୌଚାଳୟ ଭିତରେ କଳା ଟ୍ୟାପରେ ଲଗାଇ ରଖାଯାଇଥିବା ୪ଟି ବଣ୍ଡଲ ପୋଲିସ ନଜରରେ ପଡିଥିଲା। ଏହି ବିଡା ଗୁଡିକରେ ସୁନା ଥିଲା ।

ବିମାନଟି ଚେନ୍ନାଇରୁ ପୁଣି ଦିଲ୍ଲୀ ଯିବାର ଥିଲା। ବଣ୍ଡଲ ଖୋଲିବା ପରେ ଏଥିରୁ ସୁନା ମିଳିଥିଲା, ଯାହାର ଦାମ ପାଖିପାଖି ୨.୨୪ କୋଟି ଟଙ୍କା। ପୋଲିସ ଏହି ମାମଲାର ତଦନ୍ତ କରୁଛି।
Related Posts
ଟ୍ରାକ୍ରୁ ଖସିଲା ଟ୍ରେନ୍, ଶହିଦ ଏକ୍ସପ୍ରେସ୍ର ୨ଟି ବଗି ଲାଇନ୍ଚ୍ୟୁତ
18 January 2021