Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦୀ ସରକାର ଶସ୍ତାରେ ବିକ୍ରୀ କରିବେ ସୁନା, ଏହି ତାରିଖରେ ମିଳିବ ଶେଷ ସୁଯୋଗ

2/09/2019 at 3:05 PM

ନୂଆଦିଲ୍ଲୀ – ଏବେ  ୧୦ ଗ୍ରାମ ସୁନା ଦର ୪୦ ହଜାର ଟଙ୍କା ପାର କଲାଣି । ମାତ୍ର ଆପଣମାନଙ୍କୁ ଏହାଠାରୁ ଶସ୍ତାରେ ସୁନା କିଣିବାର ସୁଯୋଗ ମିଳିବ ।ଚଳିତ ଆର୍ଥିକ ବର୍ଷର  ସୋବରେନ୍‌ ଗୋଲ୍ଡ  ବଣ୍ଡ(Sovereign Gold Bond) ର ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ବିକ୍ରି ଆରମ୍ଭ ହେବ ।

ସୋବରେନ୍‌ ଗୋଲ୍ଡ  ବଣ୍ଡରେ ପୁଞ୍ଜି ନିବେଶର ଶେଷ ସୁଯୋଗ ସେପ୍ଟେମ୍ବର ୯ରୁ୧୩ତାରିଖ ମଧ୍ୟରେ ମିଳିବ ।  ୯ ସେପ୍ଟେମ୍ବର ସୋମବାରରେ ଏହାର ବିକ୍ରି ଆରମ୍ଭ ହେବ । ସରକାରଙ୍କର ଏହି ଗୋଲ୍ଡ ସ୍କିମରେ ନିବେଶ କରିବା ପାଇଁ ନିବେଶକଙ୍କ ନିକଟରେ ୫ ଦିନର ସମୟ ଅଛି । ଏବେ ବଜାରରେ ସୁନାଦର ୪୦ ହଜାର ଟଙ୍କା ପାର କରିଥିବା ବେଳେ ସରକାର ଏହାଠାରୁ ଶସ୍ତାରେ ସୋବରେନ୍‌ ଗୋଲ୍ଡ  ବଣ୍ଡରେ ନିବେଶ କରିବା ପାଇଁ ସୁଯୋଗ  ଦେବେ ।

ଏଥିର ସାଧାରଣ ବଜେଟ୍‌ରେ ସୁନାର ଆମଦାନୀ ଉପରେ ଶୁଳ୍କ ୧୦ ପ୍ରତିଶତରୁ ବୃଦ୍ଧି କରି ୧୨.୫ ପ୍ରତିଶତ କରାଯାଇଥିଲା । ଏହାପରେ ଲଗାତାର ସୁନାଦର ବୃଦ୍ଧି ପାଇବାରେ ଲାଗିଛି ।  ସୁନାଦର ୪୦ ହଜାର ପାର କରିଥିବା ବେଳେ ଏବେ ସରକାର ଶସ୍ତାରେ ସୁନା କିଣିବା ପାଇଁ ସୁଯୋଗ ଦେବାକୁ ଯାଉଛନ୍ତି । ଆର୍‌ବିଆଇର ସୋବରେନ୍‌ ଗୋଲ୍ଡ  ବଣ୍ଡ ସ୍କିମ୍‌ ଅନୁସାରେ ଆପଣ ଶସ୍ତାରେ ସୁନା କିଣି ପାରିବେ ।

 ଅଗଷ୍ଟ ୨ ତାରିଖରେ ପ୍ରତିଗ୍ରାମ ସୁନା ୩,୯୬୬ ଟଙ୍କା ରହିଥିଲା । ତେବେ ଆପଣ ୩,୪୯୯ ଟଙ୍କାରେ ଏକ ଗ୍ରାମ ସୁନା କିଣି ପାରିବେ । ଡିଜିଟାଲ୍‌ ମୋଡ୍‌ରେ ପେମେଣ୍ଟ କଲେ ପ୍ରିତଗ୍ରାମ ଅତିରିକ୍ତ ୫୦ ଟଙ୍କା ରିହାତି ମିଳିବ ।

ସୋବରେନ୍‌ ଗୋଲ୍ଡ  ବଣ୍ଡରେ ଟଙ୍କା ଲଗାଇବା ପାଇଁ ଏହି ନିୟମ ରହିଛି ।

ଅତି ବେଶୀରେ ଜଣେ ବ୍ୟକ୍ତି ୫୦୦ ଗ୍ରାମ ସୁନା କିଣିପାରିବେ । ଅତି କମ୍‌ରେ ଏକ ଗ୍ରାମ ସୁନା କିଣିପାରିବେ । ଏଥିରେ ଟଙ୍କା ଲଗାଇଲେ ଆୟକରରେ ରିହାତି ମିଳିବ ।

ଏହାକୁ ଡାକଘର, ଏନ୍‌ଏସ୍‌ଇ ଓ ବିଏସ୍‌ଇ ସହିତ, ଷ୍ଟକ ହୋଲ୍ଡିଂ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆରୁ କିଣି ପାରିବେ ।ଏହାକୁ ଅନ୍‌ଲାଇନ୍‌ ବି କିଣାଯାଇ ପାରିବେ ।

   Related Posts