ଚାଲୁଛି-ଉଡୁଛି ସୁନା କଇଁଛ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଲୀ ୧୨/୦୩ : ବିଶ୍ବରେ ବିଭିନ୍ନ ପ୍ରଜାତିର ଜୀବ ଦେଖାଯାଆନ୍ତି । ସାମାଜିକ ଗଣମାଧ୍ୟମର ବହୁଳ ପ୍ରଚାରପ୍ରସାର ଫଳରେ ବିଭିନ୍ନ ସ୍ଥାନରୁ ବିରଳ ପ୍ରଜାତିର ଜୀବଙ୍କ ସନ୍ଧାନ ମଧ୍ୟ ମିଳିଥାଏ । ସେହିଭଳି ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କଇଁଛ ଭଳି ଦେଖାଯାଉଥିବା ଏହି ବିରଳ ପ୍ରଜାତିର ପୋକ ଆକାରରେ କଇଁଛ ଠାରୁ ଛୋଟ ଏବଂ ଏହା ଆକାଶରେ ଉଡିପାରେ ମଧ୍ୟ । ସୁବର୍ଣ୍ଣ ରଙ୍ଗର ଏହି ବିରଳ ପ୍ରଜାତିର ପୋକର ନାଁ ରଖାଯାଇଛି ‘ସୁନା କଇଁଛ’ ।

ଏହି ପୋକର ଭିଡିଓ ଭାଇରାଲ ହେବାପରେ ଏହାକୁ ଖୁବ ପସନ୍ଦ କରୁଛନ୍ତି ସୋସିଆଲ ମିଡିଆ ୟୁଜର । କଇଁଛ ଆକୃତିର ଦେଖାଯାଉଥିବା ଏହି ବିରଳ ପୋକର ଭିଡିଓକୁ ଆଇଏଫଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ବିଟର୍‌ ପେଜରେ ସେୟାର କରିଛନ୍ତି । ସୁନାର କଇଁଛ ଆକୃତି ଏହି ପୋକ ଦକ୍ଷିଣ-ପୂର୍ବ ଏସିଆରେ ଏକ ଜଙ୍ଗଲରେ ଦେଖିବାକୁ ମିଳିଛି ।

wp:embed {"url":"https://twitter.com/susantananda3/status/1368946752829591552","type":"rich","providerNameSlug":"twitter","responsive":true,"className":""}
https://twitter.com/susantananda3/status/1368946752829591552
/wp:embed

ପ୍ରଥବ ଥର ପାଇଁ ଏଭଳି ବିରଳ ପୋକ ଦେଖାଯାଇଛି ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସୁନା କଇଁଛ ପୋକର ଲମ୍ବ ହେଉଛି ୫-୭ ମିଲିମିଟର । ତେବେ ଏମାନେ ବିଭିନ୍ନ ରଙ୍ଗର ଅଛନ୍ତି । ଏମାନଙ୍କ ମଧ୍ୟରୁ କିଛି ପୋକମାନଙ୍କର ଶରୀରରେ କଳା ଚିହ୍ନ କିମ୍ବା ସୂବର୍ଣ୍ଣ ରଙ୍ଗ ଦେଖିବାକୁ ମି​‌ଳେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେହି ପୋକମାନଙ୍କୁ ଛୁଇଁଦେବା କ୍ଷଣି ତାଙ୍କ ଶରୀରର ରଙ୍ଗ ପରିବର୍ତ୍ତନ ହୋଇଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.