Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ସାନିଟାରି ପ୍ୟାଡ୍‌ରେ ସୁନା ସ୍ମଗ୍‌ଲିଂ: ଧରାଇଲା ମେଟାଲ୍‌ ଡିଟେକ୍ଟର, ଦୁଇ ମହିଳା ଗିରଫ

13/11/2020 at 8:20 PM

ନୂଆଦିଲ୍ଲୀ ୧୩/୧୧:  ଦିନକୁ ଦିନ ବଢ଼ୁଛି ସୁନା ସ୍ମଗଲିଂ। ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କାର ସୁନା ଜବତ ହେଉଛି। ବିଶେଷ କରି ଏୟାରପୋର୍ଟରେ ଏଭଳି ସୁନା ଜବତ କରାଯାଉଥିବା ଖବର ଶୁଣିବାକୁ ମିଳେ। ଅଭିଯୁକ୍ତମାନେ ବିଭିନ୍ନ ଉପାୟରେ ସୁନା ନେଇ ଖସିଯିବାକୁ ଚେଷ୍ଟା କରନ୍ତି। କିନ୍ତୁ ଦୁଇ ମହିଳା ଅନ୍ତବସ୍ତ୍ରରେ ୬୨ ଲକ୍ଷ ଟଙ୍କାର ୧.୧ କେଜି ସୁନା ନେଇ ଯାଉଥିବା ବେଳେ ଧରାପଡ଼ିଛନ୍ତି।

କୋଏମ୍ବାଟୁର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏଭଳି ଦୁଇ ମହିଳାଙ୍କୁ ଗିରଫ କରିଛି ସୀମା ଶୁଳ୍କ ବିଭାଗ। ତେବେ ଗିରଫ ହୋଇଥିବା ଦୁଇ ମହିଳାଙ୍କ ନାଁ ଦେବନାନୀ ରାଧାକୃଷ୍ଣନ ଓ ବାସନ୍ତୀ ରାମାସ୍ବାମୀ। ଆଜି ୩.୩୦ରେ ଏୟାର ଆରବ ଫ୍ଲାଇଟ୍‌ରେ ଶରଜାହାରୁ କୋଏମ୍ବାଟୁର ପହଞ୍ଚିଥିଲେ ଦୁଇ ମହିଳା ।

ମିଳିଥିବା ସୂଚନା ଅନୁସାରେ, ସୀମା ଶୁଳ୍ମ ବିଭାଗ ଗୁପ୍ତ ସୂଚନା ପାଇ ଏୟାରପୋର୍ଟରେ ଦୁଇ ମହିଳାଙ୍କୁ ଯାଞ୍ଚ କରିଥିଲା। ମେଟାଲ୍‌ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯିବା ପରେ ମହିଳାମାନେ ବ୍ୟବହାର କରିଥିବା ସାନିଟାରି ନାପକିନ୍‌ରେ ସୁନା ଲୁଚାଇ ଆଣିଥିବା ଜଣାପଡ଼ିଥିଲା। ସୁନା ଜବତ କରିବା ସହ ସେମାନଙ୍କୁ ତୁରନ୍ତ ଗିରଫ କରାଯାଇଛି।

ଦୁଇ ମହିଳା ଅଭିଯୁକ୍ତଙ୍କ ସମେତ ସେହି ସହରରୁ ଆସିଥିବା ଅନ୍ୟ ୫ ଜଣଙ୍କ ପାଖରୁ ୪୬ ଲକ୍ଷ ଟଙ୍କାର ସୁନା ସହିତ ମଦ, ସିଗାରେଟ୍‌ ଜବତ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ଚେନ୍ନାଇରୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପଟ୍ଟିନମ ଓ ଇଲ୍ୟାଗୁଡ଼ିର ବୋଲି ଜଣାପଡ଼ିଛି।

   Related Posts