Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ବଢିଲା ସୁନା, କମିଲା ରୁପା ଦର : ଭୁବନେଶ୍ବରରେ ଏତିକି ରହିଛି ଦାମ

1/03/2021 at 6:02 PM

ନୂଆଦିଲ୍ଲୀ ୦୧/୦୩ : ଇଣ୍ଟରନେସନାଲ ମାର୍କେଟର ଟ୍ରେଣ୍ଡକୁ ଦେଖି ସୋମବାର ଘରୋଇ ମାର୍କେଟ୍‌ରେ ସୁନା ଏବଂ ରୁପା ଦାମରେ ଉତ୍ଥାନ ଏବଂ ପତନ ଦେଖିବାକୁ ମିଳିଛି । ଘରୋଇ ମାର୍କେଟ୍‌ରେ ସୁନା ୦.୬୮ ପ୍ରତିଶତ ଅର୍ଥାତ ୩୧୦ ଟଙ୍କା ବୃଦ୍ଧିପାଇ ୧୦ ଗ୍ରାମ ପ୍ରତି ୪୬,୦୪୬ ଟଙ୍କା ରହିଛି । କିନ୍ତୁ ରୁପାର ଦାମରେ ହ୍ରାସ ପରିଲକ୍ଷିତ ହୋଇଛି । ୧.୧୩ ପ୍ରତିଶତ ଅର୍ଥାତ ୭୭୮ ଟଙ୍କା ହ୍ରାସ ପାଇଁ ରୁପାର ଦାମ କିଲୋ ପିଛା ୬୯,୫୬୨ ଟଙ୍କା ରହିଛି ।

ସୋମବାର ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ଦାମ ୧୦ ଗ୍ରାମ ପିଛା ୪୬,୯୭୦ ଟଙ୍କା ରହିଛି । ରବିବାର ଦିନ ସୁନାର ଦାମ ୧୦ ଗ୍ରାମ ପିଛା ୪୬,୫୭୦ ଟଙ୍କା ରହିଥିଲା । ଅର୍ଥାତ୍ ରବିବାର ତୁଳନାରେ ସୋମବାର ସୁନାର ଦାମ ୪୦୦ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି । ଘରୋଇ ବଜାରରେ ରୁପାର ଦାମ ହ୍ରାସ ପାଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ କିନ୍ତୁ ଦାମ ବୃଦ୍ଧି ପାଇଛି । ସୋମବାର ଭୁବନେଶ୍ବରରେ ରୁପାର ଦାମ କିଲୋ ପିଛା ୭୩,୩୦୦ ଟଙ୍କା ରହିଛି । ରବିବାର ତୁଳନାରେ ସୋମବାର ରୁପାର ଦାମ କିଲୋ ପିଛା ୮୦୦ ଟଙ୍କା ବୃଦ୍ଧି ପାଇଛି ।

ଗତ ୮ ମାସ ମଧ୍ୟରେ ଦେଶରେ ସୁନା ଏବଂ ରୁପାର ଦାମ ନ୍ୟୁନତମ ସ୍ତରରେ ପହଞ୍ଚିଛି । ଯାହା ଫଳରେ ସୁନା ଏବଂ ରୁପା କ୍ରୟ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବକାରୀ ଶୁଳ୍କ କମାଯିବା ଫଳରେ ଦେଶରେ ସୁନା ଓୁ ରୁପା ଦାମ ହ୍ରାସ ପାଇଛି । ଅନ୍ତର୍ଜାତୀୟ ମାର୍କେଟ୍‌ରେ ସୁନା ଏବଂ ରୁପାର ଦାମ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ତେଣୁ ଯଦି ଦାମ ବୃଦ୍ଧି ପାଏ ତେବେ ନିବେଶ ମଧ୍ୟ ବୃଦ୍ଧି ପାଇପାରେ ।  

   Related Posts