ସୁନା-ରୂପା ଦର କମିଲା, କରୋନା ଭାଇରସ୍‌ର ପ୍ରଭାବ ସହ ଆନ୍ତର୍ଜାତୀୟ ବଜାରରେ କମିଛି ଡିମାଣ୍ଡ...

Published By : Prameya-News7 Bureau | February 03, 2020 IST

ନୁଆଦିଲ୍ଲୀ ୩/୨: ବଜେଟ୍ ପରେ ଶସ୍ତା ହେଲା ସୁନା- ରୂପା। ବିଦେଶ ବଜାରରେ ସୁନା ଦାମ ହ୍ରାସର ପ୍ରଭାବ ସିଧା ସଳଖ ଘରୋଇ ବଜାର ଉପରେ ପଡ଼ିଛି। ସୋମବାର ଦିଲ୍ଲୀ ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୨୮୧ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି । ସୁନା ଭଳି ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି । ଏକ କିଲୋଗ୍ରାମ ରୂପାର ଦାମ୍ ୭୧୨ ଟଙ୍କା ପର୍ଯ୍ୟନ୍ତ ଖସିଛି। HDFC ସିକ୍ୟୁରିଟିଜ୍‌ ମୁତାବକ ଗ୍ଲୋବାଲ୍ ମାର୍କେଟରେ ସୁନା ଦୁର୍ବଳ ହେବାରୁ ଦାମ୍ ହ୍ରାସ ପାଇଛି । ସେପଟେ କରୋନା ଭାଇରସ ପ୍ରଭାବିତ ଦେଶର ସେୟାର ବଜାର ସହ ବ୍ୟାଙ୍କ୍‌ର ସହାୟତା ଲାଗି ଆଗେଇ ଆସିଛି ଚୀନ୍‌ । ରିବର୍ସ ରେପୋ ମେକାନିଜିମ୍‌ରେ ବଜାରକୁ ଅଧିକ ନଗଦ ୟୁଆନ ଛାଡିବାକୁ ନିଷ୍ପତ୍ତି ନେଇଛି ଚୀନ୍ । ଫଳରେ ୟେଲୋ ମେଟାଲର ଦାମ କମିଛି ।

ସୋମବାର ଦିଲ୍ଲୀରେ ସୁନା ୧୦ ଗ୍ରାମ ପ୍ରତି ଦାମ୍ ୪୨,୦୨୯ ଟଙ୍କାରୁ ୪୧,୭୪୮ ଟଙ୍କା କୁ ହ୍ରାସ ପାଇଛି। ଏହା ପୂର୍ବରୁ ବଜେଟ ଦିନ ଅର୍ଥାତ୍ ୧ ଫେବୃୟାରୀ ୨୦୨୦ରେ ସୁନା ଦାମ ବଢିଥିବା ନଜର ଆସିଥିଲା । ୧୦ ଗ୍ରାମ ସୁନା ଦାମ୍ ୨୭୭ ଟଙ୍କା ମହଙ୍ଗା ହୋଇଯାଇଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା-ରୂପା ଦୁର୍ବଳ ପଡିଯାଇଛି । ବ୍ୟବସାୟ ସମୟରେ ସୁନା ୧୫୭୮ ଡଲାର୍ ପ୍ରତି ଆଉନ୍ସ ଓ ରୂପା ୧୭.୭୮ ଡଲାର୍ ପ୍ରତି ଆଉନ୍ସ ରହିଛି ।

 ସେହିଭଳି ଡିମାଣ୍ଡ କମିବା ଯୋଗୁଁ ରୂପାର ଦାମରେ ଜବରଦସ୍ତ ହ୍ରାସ ପରିଲକ୍ଷିତ ହୋଇଛି । ସୋମବାର ରୂପାର  କିଲେପ୍ରତି ଦାମ୍ ୪୮,୨୧୮ ଟଙ୍କାରୁ ହ୍ରାସ ପାଇ ୪୭,୫୦୬ ଟଙ୍କା ହୋଇଯାଇଛି । କିନ୍ତୁ ବଜେଟ୍ ଦିନ ରୂପା ୪୮୩ ଟଙ୍କା ମହଙ୍ଗା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.