Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

୪୦ ହଜାର ଟପିଲା ସୁନାଦର ଆହୁରି ଅଧିକ ବଢିବା ଆଶଙ୍କା

4/01/2020 at 1:25 PM

ନୂଆଦିଲ୍ଲୀ ୦୪।୦୧ – ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇବା ସହ ସୁନାଦର ୪୦ ହଜାର ଟଙ୍କା ପାର କରିଛି । ପ୍ରତି ୧୦ ଗ୍ରାମ ଶୁଦ୍ଧ ସୁନାଦର ଏବେ ୪୦ ହଜାର ଟଙ୍କା ପାର କରିଛି । ଏବେ ୧୦ ଗ୍ରାମ ଶୁଦ୍ଧ ସୁନା ଦର ୪୦,୦୯୨ ଟଙ୍କା ରହିଛି । ଏହା ଗୋଟିଏ ଦିନରେ ୮୭୭ ଟଙ୍କା ବୃଦ୍ଧି ପାଇଛି । ୨.୨ ପ୍ରତିଶତ ବୃଦ୍ଧି ପାଇଛି ।

ସେହିପରି ରୂପାଦର ବୃଦ୍ଧି ପାଇଛି । ରୂପା ଦର ୨ ପ୍ରତିଶତ ବୃଦ୍ଧି ପାଇଛି । ପ୍ରତି କିଲେ ରୂପା ଦର ୯୯୦ ଟଙ୍କା ବୃଦ୍ଧି ପାଇ ୪୭,୩୩୦ ଟଙ୍କାରେ ପହଞ୍ଚିଛି। ଗୁରୁବାରରେ ରୂପାଦର ପ୍ରତି କିଲୋ ୪୬,୩୪୦ ଟଙ୍କା ରହିଥିଲା ।

ଯୁଦ୍ଧ ଆଶଙ୍କା ଯେତିକି ବୃଦ୍ଧି ପାଉଛି ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ସେତିକି ବୃଦ୍ଧି ପାଉଛି । ତୈଳ ଦର ବୃଦ୍ଧି ପାଇବାର ଆଶଙ୍କା ସହ ସୁନା ଓ ରୂପା ଦର ବୃଦ୍ଧି ପାଇଛି ।

ସେପ୍ଟେମ୍ବର ମାସରେ ସୁନାଦର ୪୦ ହଜାର ଟଙ୍କା ପାର କରିଥିଲା । ପରେ ଏହା ପ୍ରାୟ ୨ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ପାଇଥିଲା । ମାତ୍ରେ ଏବେ ଏହା ପୁଣି ୪୦ ହଜାର ଟଙ୍କା ପାର କରିଛି ।

   Related Posts