ଦୀପାବଳି ପୂର୍ବରୁ ଗହଣା କିଣିବାକୁ ବଢିଆ ମଉକା: କମିଲା ସୁନା-ରୁପା ଦାମ

Published By : Prameya-News7 Bureau | October 18, 2021 IST

ନୂଆଦିଲ୍ଲୀ ୧୮/୧୦ : ସୁନା ରୁପା ଦାମ ଲଗାତାର ହ୍ରାସ ପାଇବାରେ ଲାଗିଛି। ସୋମବାର ଦିନ ୨୪ କ୍ୟାରେଟ ସୁନା ଦାମ ୭୪୬ ଟଙ୍କା ହ୍ରାସ ପାଇଛି। ସୁନା ଦାମ ହ୍ରାସ ପାଇବା ପରେ ବର୍ତ୍ତମାନ ୨୪ କ୍ୟାରେଟ ସୁନା ଦାମ ୪୭ ହଜାର ୩୭୯ ଟଙ୍କା ହୋଇଛି। ଗତ ବର୍ଷ ସୁନା ଦାମ ୧୦ ଗ୍ରାମକୁ ରେକର୍ଡ ସ୍ଥର ୫୬ ହଜାର ୨୦୦ ଟଙ୍କାରେ ପହଞ୍ଚିଥିଲା। ସେ ଦୃଷ୍ଟିରୁ ଚଳିତ ବର୍ଷ ସୁନା ଦାମ ୯ ହଜାର ଟଙ୍କା ଶସ୍ତା ହୋଇଛି। ରୁପା ଦାମ ମଧ୍ୟ ହ୍ରାସ ପାଇଛି। ରୁପା ୧୦୪ ଟଙ୍କା ଶସ୍ତା ହୋଇ କିଲୋଗ୍ରାମ ପ୍ରତି ୬୩ ହଜାର ୧୮୬ ଟଙ୍କା ହୋଇଛି।

ଚଳିତ ବର୍ଷ ସେପ୍ଟେମ୍ବରରେ ସୁନା ଆମଦାନୀ ମଧ୍ୟ ବହୁଗୁଣିତ ହୋଇ ୫.୧୧ ବିଲିୟନ ଡଲାରରେ ପହଞ୍ଚିଛି। ସେପ୍ଟେମ୍ବରରେ ଏହା ୬୦.୧୪ କୋଟି ଡଲାର ଥିଲା। ଅପରପକ୍ଷରେ ଏପ୍ରିଲ-ସେପ୍ଟେମ୍ବରରେ ରୁପା ଆମଦାନୀ ୧୫.୫ ପ୍ରତିଶତ ହ୍ରାସ ପାଇ ୬୧.୯୩ କୋଟି ଡଲାର ହୋଇଥିଲା। ତେବେ ସେପ୍ଟେମ୍ବରରେ ରୁପା ଆମଦାନୀ ବଢି ୫୫.୨୩ କୋଟି ଡଲାରରେ ପହଞ୍ଚିଥିଲା ଯାହା ୨୦୨୦ ସେପ୍ଟେମ୍ବରରେ ୯୨.୩ ଲକ୍ଷ ଡଲାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.