Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||

କିଛି ଦିନର ବ୍ରେକ୍ ପରେ ବଢିଲା ସୁନା ଓ ରୁପା ଦର, ଜାଣନ୍ତୁ ନୂଆ ଦାମ୍

20/03/2020 at 9:19 PM

ନୂଆଦିଲ୍ଲୀ, ୨୦|୦୩:  ଗତ କିଛିଦିନ ଧରି ସୁନାର ଦାମରେ ଲଗାତାର ହ୍ରାସ ପାଇବା ପରେ ଶୁକ୍ରବାର ଏହାର ଦାମରେ ବୃଦ୍ଧି ପାଇଛି। ଏମସିଏକ୍ସରେ ସୁନାର ଦାମ ୨୬୭ ଟଙ୍କା ବୃଦ୍ଧି ପାଇଛି। ଏହାସହ ୧୦ ଗ୍ରାମ ସୁନାର ଦାମ ୪୦,୦୯୮ ଟଙ୍କାରେ ପହଁଚିଛି। ତେବେ ଜୁନ ୫, ୨୦୨୦ରେ ସୁନାର ଭବିଷ୍ୟତ ଦାମ ଶୁକ୍ରବାର ୨୮୯ ଟଙ୍କା ବୃଦ୍ଧି ପାଇ ୪୦,୧୯୩ ଟଙ୍କା ହୋଇଛି।

ସେହିପରି ରୂପାର ଭବିଷ୍ୟତ ଦାମରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଶୁକ୍ରବାର ସକାଳେ ଏପ୍ରିଲ ୩ ପାଇଁ ରୁପାର ଭବିଷ୍ୟତ ଦରରେ କେଜି ପିଛା ୮୪୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ଦାମ କେଜି ପିଛା ୩୫,୯୪୨ ଟଙ୍କା ହୋଇଛି। ଏହା ବ୍ୟତୀତ ଜୁଲାଇ ୩ ପାଇଁ ଭବିଷ୍ୟତ ଦର ମଧ୍ୟ ୮୭୨ ଟଙ୍ଗା ବୃଦ୍ଧି ପାଇ ୩୬,୩୫୦ରେ ପହଁଚିଛି।

ଅନ୍ତରାଷ୍ଟ୍ରୀୟ ବଜାରରେ ଶୁକ୍ରବାର ସକାଳେ ସୁନାର ଦାମରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବ୍ଲୁମବର୍ଗ୍ ରିପୋର୍ଟ ଅନୁସାରେ ବିଶ୍ୱସ୍ତରରେ ସୁନାର ଦାମ ଆଉନ୍ସ୍ ପିଛା ୧୪୮୬.୪୫ ଡଲାର ବୃଦ୍ଧି ପାଇଛି। ସେହିପରି ରୁପାର ଦାମ ମଧ୍ୟ ଆଉନ୍ସ୍ ପିଛା ୧୨.୫୬ ଡଲାର ବୃଦ୍ଧି ପାଇଛି।

ତେବେ ଟଙ୍କା ଡଲାର ତୁଳନାରେ ମଜବୁତ ହୋଇଥିବାକୁ ଘରୋଇ ବଜାରରେ ସୁନାର ଦାମ କମ ରହିଛି। ଭାରତୀୟ ଟଙ୍କା ୭୪.୮୧ରେ କାରବାର କରୁଛି।

   Related Posts