Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବିବାହ ଋତୁରେ ଖସିଲା ସୁନା-ରୁପା ଦାମ: ୧୦ ଗ୍ରାମକୁ ୩୬ ହଜାର ୮୯ ଟଙ୍କା

29/11/2021 at 8:59 PM

ନୂଆଦିଲ୍ଲୀ ୨୯/୧୧ : ବିବାହ ଋତୁରେ ସୁନା-ରୁପା ଗହଣା କିଣୁଥିବା ଲୋକଙ୍କ ପାଇଁ ଖୁସିଖବର ରହିଛି। ସୋମବାର ସୁନା-ରୁପା ଦାମ ହ୍ରାସ ପାଇଛି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବିପଦ ମଧ୍ୟରେ ଦେଶରେ ସୁନା-ରୁପା ଦାମ ଖସିଛି।

୨୪ କ୍ୟାରେଟ ସୁନା ସର୍ବାଧିକ ଦାମ ୫୬୧୨୬ ଟଙ୍କାରୁ ୮୧୩୬ ଟଙ୍କା ଶସ୍ତା ହୋଇଛି। ରୁପା ଗତ ବର୍ଷ କିଲୋ ପ୍ରତି ସର୍ବାଧିକ ୭୬୦୦୪ ଟଙ୍କା ଥିଲା ଯାହା ଏବେ ୧୨୯୧୩ ଟଙ୍କା ଶସ୍ତା ହୋଇଛି। ସୋମବାର ଦିନ ୨୪ କ୍ୟାରେଟ ସୁନା ୩୪୮ ଟଙ୍କା ଶସ୍ତା ହୋଇ ୪୮ ହଜାର ୧୧୮ ଟଙ୍କା ହୋଇଛି। ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମକୁ ୪୪ ହଜାର ୭୬ ଟଙ୍କା ହୋଇଛି।

୧୮ କ୍ୟାରେଟ ସୁନା ଦାମ ୩୬୦୮୯ ଟଙ୍କା ହୋଇଛି। ୧୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମକୁ ୨୮୧୪୯ ଟଙ୍କା ହୋଇଛି। ଏଥିରେ ୩% ଜିଏସଟି ଓ ମେକିଙ୍ଗ ଚାର୍ଜ ଅଲଗା। ରୁପା ଦାମ କିଲୋ ପ୍ରତି ୫୧୭ ଟଙ୍କା ଶସ୍ତା ହୋଇ ୬୩୦୯୫ ଟଙ୍କା ହୋଇଛି।

IBJA ଦ୍ୱାରା ଜାରି ଦାମ ସାରା ଦେଶରେ ମାନ୍ୟ। ଏହି ୱେବସାଇଟରେ ଦିଆଯାଇଥିବା ଦାମରେ ଜିଏସଟି ସାମିଲ କରାଯାଇ ନାହିଁ। ସୁନା କିଣିବା ଓ ବିକିବା ସମୟରେ ଆପଣ IBJA ଦାମ ଦେଖି କାରବାର କରିବା ଉଚିତ। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ ଅନୁଯାୟୀ IBJA ଦେଶର ୧୪ ସେଣ୍ଟରରେ ବର୍ତ୍ତମାନର ସୁନା ଏବଂ ରୂପା ହାରକୁ ଗ୍ରହଣ କରିବା ଏହାର ହାରାହାରି ମୂଲ୍ୟ ଦିଆଯାଇଥାଏ। ସୁନା ରୁପା ଦାମ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ହୋଇପାରେ। ଦାମରେ ଟିକିଏ ଅନ୍ତର ଥାଏ।

   Related Posts