Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଶସ୍ତା ହେଲା ସୁନା-ରୂପା, ଜାଣନ୍ତୁ ୧୮ରୁ ୨୪ କ୍ୟାରେଟ୍ ପର୍ଯ୍ୟନ୍ତ କେତେ ରହିଛି ଦାମ୍

29/05/2020 at 6:41 PM

ନୂଆଦିଲ୍ଲୀ ୨୯।୦୫: ଲକ୍‌ଡାଉନ୍‌ ୪.୦ର ଅନ୍ତିମ କାରବାର ଦିନ ଅର୍ଥାତ ଶୁକ୍ରବାର ସୁନା ଓ ରୂପା ଉଭୟ ଶସ୍ତା ହୋଇଛି। ବୁଲିୟନ ମାର୍କେଟ୍‌ରେ ଗୁରୁବାର ଅପେକ୍ଷା ଶୁକ୍ରବାର ସୁନା ଓ ରୂପା ଅଧିକ ଶସ୍ତା ହୋଇଛି। ଶୁକ୍ରବାର ସକାଳେ ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୪୬,୮୧୯  ଟଙ୍କା ରହିଛି। ଗୋଟିଏ ଦିନ ପୂର୍ବେ ଗୁରୁବାର ପ୍ରତି ୧୦ ଗ୍ରାମ ସୁନାର ଦର ୪୬,୯୯୫ ଟଙ୍କା  ରହିଥିଲା। ସେହିପରି ରୂପା ୩୫ ଟଙ୍କା ଶସ୍ତା ହୋଇ  କିଲୋ ପ୍ରତି ୪୭୮୫୦ ଟଙ୍କା ରହିଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନର ଓ୍ଵେବ୍‌ସାଇଟ୍‌ ବଜାରରେ ପ୍ରତିଦିନ ସୁନା-ରୂପା ଦର କେତେ ରହିଛି ତାର ତଥ୍ୟ ପ୍ରତ୍ୟେକ ଦିନ ପ୍ରଦାନ କରେ।

ଆଜି ୨୩ କ୍ୟାରେଟ୍‌ ସୁନା ଅର୍ଥାତ ଗୋଲ୍ଡ ୯୯୫ରେ ୧୭୫ ଟଙ୍କା ହ୍ରାସ ଦେଖିବାକୁ ମିଳିଛି। ୨୩ କ୍ୟାରେଟ୍‌ ୧୦ ଗ୍ରାମ ସୁନାର ମୂଲ୍ୟ ଆଜି ୪୬,୧୦୫ ଟଙ୍କାରେ ରହିଥିବା ବେଳେ ଗୁରୁବାର ଏହା ୪୬,୬୩୨ ଟଙ୍କାରେ ପହଞ୍ଚିଥିଲା। ଅନ୍ୟପଟେ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ମଧ୍ୟ  ୧୦ ଗ୍ରାମ ପିଛା ୧୬୧ ଟଙ୍କା ଶସ୍ତା ହୋଇଛି। ଅନ୍ୟପଟେ ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୩୫,୧୧୪ ଟଙ୍କା ରହିଛି।

ଉଲ୍ଲେଖଯୋଗ୍ୟ, କ୍ରମାଗତ ତିନି ଦିନ ହେବ ସୁନା ଓ ରୂପା ଦର ହ୍ରାସ ପାଇ ଚାଲିଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି କାରବାର କମ ହେଉଥିବାରୁ ବାଧ୍ୟ ହୋଇ ସୁନାର ଚାହିଦା କିଛି ମାତ୍ରାରେ ହ୍ରାସ ପାଇଛି। ତେଣୁ ସୁନା ଦର ହ୍ରାସ ପାଇ ଚାଲିଛି।

   Related Posts