ଝିଅ ବାହାଘର ପାଇଁ ସାଇତି ରଖିଥିବା ସୁନା-ରୂପା-ଟଙ୍କା ସବୁକୁ ଚୋରି କରି ନେଲା ଚୋର

Published By : Prameya-News7 Bureau | July 29, 2020 IST

ଦିଗପହଣ୍ଡି୨୮/୭: ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମ ପନ୍ଦରା ସାହିରେ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଅମୂଲ୍ୟ ବାଡତ୍ୟାଙ୍କ ଘରେ ପଶି ପ୍ରାୟ ୧୩ ହଜାର ଟଙ୍କା, ଝିଅ ବାହାଘର ପାଇଁ ସାଇତି ରଖିଥିବା ୯ ଭରି ଓଜନର  ସୁନା ଅଳଙ୍କାର, ୨୫ ଭରି ଓଜନର ରୂପା ଏବଂ ଘ​‌ରେ  ଥିବା ମୂଲ୍ୟବାନ ଲୁଗାପଟା ସବୁ ଚୋର ଲୁଟି ନେଇଥିଲେ। ଏନେଇ ସେ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୁନା ମଥାମଣି, ସୁନାକା ସୁମାଳ, କାନଫୁଲ ସହ ୪ଟି ମୁଦି, ୨୫ ଭରି ଓଜନର ରୂପା, ନଗଦ ୧୩ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଏତଲାରେ ଉଲ୍ଲେଖ ରହିଛି। ଅମୂଲ୍ୟ ଓ ତାଙ୍କ  ପରିବାର ଲୋକେ  ରାତ୍ରି ଭୋଜନ ସାରି

ଘରେ ଶୋଇଥିବା ବେଳେ ଚୋରମାନେ ଘର ବାରିପଟୁ କବାଟ ଗେଡା ଓ ତାଲା ଭାଙ୍ଗି ଘରେ ପଶିଥିଲେ। ଘରେ ଥିବା କାଠ ଆଲମିରା, ଟିଣ ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ଓ ସୁନା, ରୂପା ଗହଣା ସବୁ ଲୁଟି ନେଇଛନ୍ତି ବୋଲି ଅମୁଲ୍ୟ  ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିକଟରେ ବୟାନ ଦେଇଛନ୍ତି। ଏତଲା ଆଧାରରେ ଭିତ୍ତିକରି ଥାନା ମାମଲା ନଂ.୧୫୭/୨୦ ଅନୁଯାୟୀ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.