Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

କାର୍‌ରୁ ମିଳିଲା ୪କୋଟି ଟଙ୍କାର ସୁନା-ରୂପା ! ୩ଜଣ ଅଟକ

6/12/2020 at 7:53 AM

ବ୍ରହ୍ମପୁର ୦୬।୧୨:  ବ୍ରହ୍ମପୁରରେ ଦିନକୁ ଦିନ ବଢିଚାଲିଛି ଚୋରା ସୁନା ଓ ରୂପା ଅଳଙ୍କାରର କାରବାର । ଏହିପରିପେକ୍ଷୀରେ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ସୁନା ଓ ରୁପା ଜବତ ହୋଇଛି । କାର୍‌ ସହ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଗୋଷାଣୀ ନୂଆଗାଁ ଥାନା ପୋଲିସ ।

ଖବର ଅନୁଯାୟୀ, ଶନିବାର ଦିନ ବ୍ରହ୍ମପୁରରେ ଏକା କାର୍‌ରୁ ପ୍ରାୟ ୬ କିଲୋ ୧୭୦ ଗ୍ରାମ ସୁନା ଅଳଙ୍କାର ଏବଂ ୨ କ୍ୱିଣ୍ଟାଲ ୩୯ କିଲୋ ରୂପା ଜବତ ହୋଇଛି । ଜବତ ହୋଇଥିବା ସୁନା ତାମିଲନାଡୁରୁ ବ୍ରହ୍ମପୁର ଆସୁଥିବା ବେଳେ ଧରିଛି ପୋଲିସ । ଏକ କାର୍‌ ଜରିଆରେ ଏମାନେ ଆଣିଥିବା ବେଳେ ଧରିଛି ପୋଲିସ । ଗୋଷୀଣୀ ନୂଆଗାଁ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।  ତେବେ ଜବତ ହୋଇଥିବା ସୁନା ଓ ରୁପାର ମୂଲ୍ୟ ୪କୋଟି ଟଙ୍କାରୁ ଅଧିର ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ପୋଲିସ ଅନୁସନ୍ଧନା ଜାରି ରଖିଛି ।

ତେବେ ଏତେ ପରିମାଣ ସୁନା ଓ ରୁପା କିପରି ରାଜ୍ୟ ଭିତରକୁ ପଶିଲା ? କିଏ ଆଣୁଥିଲା ? ଏଥିରେ କେଉଁ କେଉଁମାନେ ସାମିଲ ଅଛନ୍ତି । ଏନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ । ଘଟଣାରେ ଅଧିକ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ସେହିପରି ଅଟକ ୩ଜଣଙ୍କ ବିଷୟରେ ଛାନ୍‌ଭିନ୍‌ ମଧ୍ୟ ଆରମ୍ଭ କରିଛି ପୋଲିସ

   Related Posts