ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ମିଳିଲା ୨୪ଲକ୍ଷ ଟଙ୍କାର ନେକଲେସ୍, ଜବତ ହେଲା ୧ କିଲୋ ୪୪୦ ଗ୍ରାମ ସୁନା

Published By : Prameya-News7 Bureau | October 18, 2021 IST

ଭୁବନେଶ୍ବର ୧୮।୧୦: ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢାଉ ପରେ ମିଳିଛି ୧ କିଲୋ ୪୪୦ ଗ୍ରାମର ସୁନା । ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ୍ ମଧ୍ୟ ଜବତ ହୋଇଛି । ଜବତ ସୁନାକୁ ବାଜ୍ୟାପ୍ତି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

ତେବେ ପ୍ରଦୀପଙ୍କ ଘରୁ ମିଳିଥିବା ସମ୍ପତ୍ତିର ଦସ୍ତାବିଜକୁ ଭିଜିଲାନ୍ସର ଆର୍ଥିକ ବିଭାଗ ଚାର୍ଟାଡ ଆକାଉଣ୍ଟଙ୍କ ସହ ମିଶି ଯାଞ୍ଚ ଚଳାଇଛନ୍ତି । ସାଇବର ସେଲ୍ ଦ୍ବାରା ଇଲେକ୍ଟ୍ରୋନିକ ତଥ୍ୟର ମଧ୍ୟ ଯାଞ୍ଚ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀ, ସନ୍ଦିଗ୍ଧ ଓ ଅଭିଯୁକ୍ତଙ୍କୁ ମଧ୍ୟ ସମୟାନୁକ୍ରମେ ଜେରା କରିବ ଭିଜିଲାନ୍ସ । ଏ ନେଇ ଏକ ପ୍ରେସ ରିଲିଜ ଯୋଗେ ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ।

ଉଲ୍ଲେଖଯୋଗ୍ୟ ଯେ, ଗୋପାଳପୁର ବିଧାୟକ ତଥା ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଏହାସହ ତାଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.