ପୁଣି ଭୁବନେଶ୍ବର ବିମାନବନ୍ଦରରୁ ସୁନା ଜବତ
22/02/2019 at 12:25 PM

ଭୁବନେଶ୍ବର ୨୨|୨ : ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି । ୨୮୩.୨୪ ଗ୍ରାମ୍ ସୁନା ଜବତ କଲା କଷ୍ଟମ୍ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ବ୍ୟାଙ୍କକରୁ ଆସିଥିବା ଯାତ୍ରୀଙ୍କଠାରୁ ସୁନା ଜବତ ହୋଇଛି । ଏୟାର ଏସିଆ ବିମାନରେ ଆସିଥିଲେ ଯାତ୍ରୀ । ସୁନାର ରିଙ୍ଗ୍ରେ ରୂପା ଆସ୍ତରଣ ଦେଇ ଆଣିଥିଲେ ଯାତ୍ରୀ ।

ପୂର୍ବରୁ ମଧ୍ୟ ଏହିଭଳି ଭାବେ ବାରମ୍ବାର ଭୁବନେଶ୍ବର ବିମାନବନ୍ଦରରୁ ସୁନା ଜବତ ହୋଇଛି । କଷ୍ଟମ୍ ବିଭାଗ ବାରମ୍ବାର ସୁନା ଜବତ କରୁଥିଲେ ମଧ୍ୟ ଯାତ୍ରୀମାନେ ବାରମ୍ବାର ଯେକୌଣସି ଉପାୟରେ ସୁନା ନେଇ ଆସୁଥିବା ଦେଖିବାକୁ ମିଳୁଛି ।
Related Posts
ସ୍ୱର୍ଗତଃ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରକ୍ତଦାନ ଶିବିର ଆୟୋଜିତ
24 January 2021
ମାଲକାନଗିରି ଏସପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
24 January 2021