ଭୁବନେଶ୍ବର ବିମାନବନ୍ଦରରୁ ସୁନା ଜବତ, ୬୧୦ ଗ୍ରାମ୍ ସୁନା ଜବତ କଲା ସିଆଇଏସଏଫ
20/03/2019 at 9:08 AM

ଭୁବନେଶ୍ବର ୨୦|୩ : ପୁଣି ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା ସୁନା । ୬୧୦ ଗ୍ରାମ୍ ସୁନା ଜବତ କଲା ସିଆଇଏସଏଫ । ଜବତ ସୁନାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ଜଣାପଡିଛି । ବ୍ୟାଙ୍କକରୁ ଆସିଥିବା ଯାତ୍ରୀ ଅମରଜିତ୍ ସିଂହଙ୍କଠାରୁ ଏହି ସୁନା ଜବତ ହୋଇଥିବା ନେଇ ସୂଚନା ମିଳିଛି । ଜବତ ହୋଇଥିବା ସୁନା ଅଷ୍ଟ୍ରେଲିଆନ୍ ଗୋଲ୍ଡ ବୋଲି ଜଣାପଡିଛି । ଜବତ ସୁନାକୁ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରିଛି ସିଆଇଏସଏଫ । ତେବେ ଯାତ୍ରୀ ଜଣଙ୍କୁ ଅଟକ ରଖାଯାଇଛି ।
Related Posts
ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
25 January 2021
ରାସ୍ତାରେ ଟ୍ରାକ୍ଟର ବୋଝେଇ ଧାନ ରଖି ଅବରୋଧ, ଯାତାୟତ ବାଧାପ୍ରାପ୍ତ
25 January 2021
ଘନ କୁହୁଡ଼ି ହେଲା କାଳ : ଟ୍ରକ ସହ କାର୍ର ଧକ୍କା , ୪ ଗୁରୁତର
25 January 2021