ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଧରା ପଡିଲା ସୁନା

Published By : Prameya-News7 Bureau | September 13, 2018 IST

ଭୁବନେଶ୍ୱର ୧୩/୯ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୁଣି ଚୋରା ସୁନା ଜବତ ହୋଇଛି | ଏୟାର ଏସିଆର ବିମାନରୁ ଅବତାରଣା କରିଥିବା ଚେନ୍ନାଇର ଜଣେ ଯୁବକଙ୍କ ଠାରୁ ୬୯୦.୫୫ ଗ୍ରାମ ସୁନା ବହିର୍ଶୁଳ୍କ ବିଭାଗ ଜବତ କରିଛି | ଜବତ ସୁନାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କା ବୋଲି ଜଣାପଡିଛି | ମାଲେସିୟାରୁ ଏହି ଚୋରା ସୁନା ଆସିଥିବା ଜଣାପଡିଛି | ଏଠି ପୂର୍ବରୁ ମଧ୍ୟ ଚେନ୍ନାଇର ଆଉ ଜଣେ ଯୁବକ ଟ୍ରଲି ବ୍ୟାଗ ଚକରେ ସୁନା ଲୁଚାଇ ନେଉଥିବା ବେଳେ ଧରା ପଡ଼ିଥିଲେ | ଭୁବନେଶ୍ୱର ବିମାନ ବନ୍ଦରରେ ବରାବର ଏଭଳି ଚୋରା ସୁନା ଚାଲାଣ ଧରା ପଡୁଛି | ଫଳରେ ଏକ ବଡ ଧରଣର ସୁନା ରାକେଟ ଥିବା ଆଶଙ୍କା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.