Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

Gold rush: ସୁନା ପାଇଁ ପାର୍ବତୀ ନଦୀ ଶଯ୍ୟା ଖୋଳି ପକାଇଲେ ରାଜଗଡ଼ ଜିଲ୍ଲା ଲୋକେ

10/01/2021 at 6:42 PM

ରାଜଗଡ଼ ୧୦।୧: ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା କୁରାବରରୁ କିଛି ଦୂରରେ ଶିବପୁରା ଓ ଗୁଣପୁରାର ଗାଁ ଲୋକେ ଗତ କିଛି ଦିନ ହେଲା ପାର୍ବତୀ ନଦୀ ଶଯ୍ୟାକୁ ଖୋଳିଚାଲିଛନ୍ତି। ଏଠାରୁ ମୋଗଲକାଳୀନ ସ୍ୱର୍ଣ୍ଣ ମୋହର ମିଳୁଥିବା ଲୋକେ କହୁଛନ୍ତି। ଏଥିପାଇଁ ନଦୀକୁ ଲୋକଙ୍କ ସୁଅ ଛୁଟିଛି।

କୁରାବର ନିକଟରେ ମରାଠା ରାଜା ନାନା ସାହବ ମରାଠାଙ୍କ ସମାଧି ରହିଛି। ଅତୀତରେ କେବେ ମୋଗଲମାନେ ଏହି ରାସ୍ତାରେ ଯାଇଥିବାର ଲୋକ କଥାରୁ ଶୁଣାଯାଏ। ନଦୀ ପାର କରିବା ବେଳେ ମୋଗଲ ନେଇଯାଇଥିବା ଖଜଣାରୁ କିଛି ନଦୀକୁ ଖସିପଡିଥିଲା। ଏଣୁ ନଦୀର ଏହି ସ୍ଥାନରେ କେବେ କେବେ ଲୋକେ ସ୍ୱର୍ଣ୍ଣ ମୁଦ୍ରା ମଧ୍ୟ ପାଇଛନ୍ତି।

ଏହି କ୍ରମରେ ଗତ କିଛି ଦିନ ତଳେ ଗୁଣୁପୁରା ଅଥବା ଶିବପୁରାର କେହି ନଦୀ ଶଜ୍ୟାରୁ ମୋଗଲ କାଳୀନ ସ୍ୱର୍ଣ୍ଣମୁଦ୍ରା ପାଇଥିବାର ପ୍ରଚାର ପରେ ଲୋକେ ଗଇନ୍ତି, କୋଦାଳ ଓ ଝୁଡି ସହ ପାର୍ବତୀ ନଦୀର ସେହି ସ୍ଥାନକୁ ଖୋଳିବାକୁ ଛୁଟୁଛନ୍ତି।

କୋଭିଡ-୧୯ ଲକଡାଉନ୍ ଅନେକ ଲୋକଙ୍କ ବୃତ୍ତି ଛଡାଇ ନେଇଛି। ଲୋକେ ଘରେ ଖାଲି ବସିଥିବା ବେଳେ ନଦୀରୁ ସୁନା ମୋହର ମିଳୁଥିବାର ଗୁଜବ ଲୋକଙ୍କୁ ଏବେ ନଦୀମୁହାଁ କରିଛି। ସିହୋର ଓ ରାଜଗଡ ସୀମାରେ ସିବପୁରା ଓ ଗୁଣୁପୁରା ଗାଁ ରହିଛି। ଦୁଇ ଗାଁ ମଝିରେ ବହିଯାଇଛି  ପାର୍ବତୀ ନଦୀ। ଏଣୁ ସୁନା ପାଇଁ ଲୋକେ ଗତ ୫ ଦିନରେ ନଦୀର ବିସ୍ତିର୍ଣ୍ଣ ଅଞ୍ଚଳ ଖୋଳିପକାଇଲେଣି। ହେଲେ ସେମାନେ ଏଥିରୁ ସୁନା ପାଉଛନ୍ତି କି ନା ତାହା କିନ୍ତୁ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

   Related Posts