ସୁନା ଭଣ୍ଡାରକୁ ଜଗିଛନ୍ତି ବିଷଧର ସାପ, ଚିନ୍ତାରେ ସରକାର...

Published By : Prameya-News7 Bureau | February 22, 2020 IST

ସୋନଭଦ୍ର୨୨/୨: ସୁନା ଭଣ୍ଡାରକୁ ଜଗି ରହିଛନ୍ତି ବିଷଧର ସାପ। ଗତ ଗୁରୁବାରରେ ପର୍ଯ୍ୟାପ୍ତ ପରିମାଣରେ ଥିବା ସୁନା ଭଣ୍ଡାରର ସନ୍ଧାନ ମିଳିଥିଲା। ଭାରତୀୟ ଭୁବୈଜ୍ଞାନିକଙ୍କ ସର୍ବେକ୍ଷଣ ମୁତାବକ ସୁନାଖଣିରେ ପାଖାପାଖି ୩ ହଜାର ଟନ୍‌ ସୁନାଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ କୋଟି ହେବ ବୋଲି ଅନୁମାନ କରାଯାଉଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଦୁନିଆର ଅଧିକ ବିଷଧର ସାପ ସୁନା ଖଣିକୁ ଜଗି ରହିଛନ୍ତି। ପ୍ରତିମୁହୂର୍ତ୍ତରେ ଜୀବନ ପ୍ରତି ବିପଦ ଅଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଉତ୍ତରପ୍ରଦେଶର ସୋନଭଦ୍ରରେ ଏହି ସୁନା ଭଣ୍ତାରର ସନ୍ଧାନ ମିଳିଛି।

{"id":227674,"sizeSlug":"large"}

ସୂଚନାମୁତାବକ ସୋନଭଦ୍ର ପାହାଡ଼ ଉପରେ ଥିବା ସୁନା ଭଣ୍ଡାର ଆଖପାଖରେ ବିଷାକ୍ତ ସାପ ରହିଛନ୍ତି। ବିଭିନ୍ନ ପ୍ରଜାତିର ସାପଙ୍କ ଉତ୍ପାତ ଯୋଗୁଁ ସରକାରଙ୍କୁ ଚିନ୍ତା ଘାରିଛି। ସାରା ବିଶ୍ୱରେ ଦେଖାଦେଉଥିବା ୩ ପ୍ରଜାତିର ବିଷଧର ସାପ ଏଠାରେ ଥିବା ଜଣାପଡିଛି। ନାଗ, ଅହିରାଜ ଓ ବୋଡା ସାପ ଏହି ପାହାଡ଼ରେ ଥିବାରୁ କିଭଳି ସୁନା ଉତ୍ତୋଳନ କରାଯିବ ତାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କହିବା ମୁତାବକ ସୋନଭଦ୍ର ଜିଲ୍ଲର ହରଦି ଅଞ୍ଚଳରେ ୬୪୬.୧୫ କିଲୋଗ୍ରାମ ସୁନା ଥିବାବେଳେ ସୋନ ପାହାଡ଼ରେ ୨୯୪୩.୨୫ ଟନ ସୁନା ମହଜୁଦ ହୋଇ ରହିଛି। ଏହି ଅଂଚଳରେ କେବଳ ସୁନା ନାହିଁ ବରଂ ଲୌହ ଓ ୟୁରାନିୟମ ମଧ୍ୟ ଥିବାର ସମ୍ଭାବନା ଦେଖାଦେଇଛି। ଯାହାକୁ ଏବେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କର୍ମଚାରୀମାନେ ଖୋଜିବା ଅଭିଯାନରେ ଲାଗିପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.