Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ସୁନାଦର ବଢୁଛି ଯେ ବଢୁଛି, ରେକର୍ଡ ପରେ ଆହୁରି ରେକର୍ଡ ସମ୍ଭାବନା

16/04/2020 at 7:10 PM

ନୂଆଦିଲ୍ଲୀ ୧୬।୪:  କରୋନା ଲକଡାଉନ୍‌ରେ ସାରା ଦେଶ ବନ୍ଦ। ହେଲେ ଥମିନି ସୁନା ଦର। ଗୁରୁବାରକୁ ମିସାଇ ଚଳିତ ସପ୍ତାହରେ ୪ ଥର ବଢିଛି ସୁନା ମୂଲ୍ୟ। ଗୁରୁବାର ସୁନା ଦରରେ ଆହୁରି ୩୯୨ ଟଙ୍କା ବୃଦ୍ଧି ହୋଇଥିବା ବେଳେ ପ୍ରତି ୧୦ ଗ୍ରାମ ମୂଲ୍ୟ ପାଖାପାଖି ୪୭ ହଜାର ଟଙ୍କାରେ ପହଞ୍ଚିବା ଏବେ ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।

ସକାଳେ କାରବାର ଆରମ୍ଭ ବେଳେ ପ୍ରତି ୧୦ ଗ୍ରାମ ସୁନା ପିଛା ମୂଲ୍ୟରେ ୪୦ ଟଙ୍କା ବୃଦ୍ଧି ହୋଇଥିଲା। ତେବେ ଦେଖୁ ଦେଖୁ ମଧ୍ୟାହ୍ନ ବେଳକୁ ଏହା ବୃଦ୍ଧି ହୋଇ ୩୯୨ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଫଳରେ ଏମସିଏକ୍ସରେ ପ୍ରତି ୧୦ ଗ୍ରାମ ସୁନାଦର ପ୍ରଥମ ଥର ୪୭ ହଜାର ୬୦ ଟଙ୍କାରେ କାରବାର ହୋଇଛି। ଯାହା ସୁନାମୂଲ୍ୟରେ ଏକ ରେକର୍ଡ ଦର ବୋଲି ଏବେ କୁହାଯାଉଛି।

ଗତ ୧୬ ଦିନରେ ସୁନାମୂଲ୍ୟରେ ୭ ହଜାର ୯୨ ଟଙ୍କା ପର୍ଯ୍ୟନ୍ତ ବଢିଛି। ବୁଧବାର ଅର୍ଥାତ ଏପ୍ରିଲ ୧୫ ତାରିଖରେ ସୁନାମୂଲ୍ୟରେ ୫୦୨ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମ ମୂଲ୍ୟ ୪୬ ହଜାର ୫୩୬ ଟଙ୍କାରେ ପହଞ୍ଚିଥିଲା। ଏହା ପୂର୍ବରୁ ଗତ ସୋମବାର ପ୍ରତି ୧୦ ଗ୍ରାମ ଦର ୪୬ ହଜାର ୩୪ ଟଙ୍କାରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଥିଲା। ହେଲେ ଗୁରୁବାର ସବୁ ରେକର୍ଡ ଭାଙ୍ଗିଛି। ଗତ ୪ ଦିନରେ ସୁନାର ଏହା ଚତୁର୍ଥ ଦର ବୃଦ୍ଧି ସହ ନୂଆ ରେକର୍ଡ ବୋଲି ଇଣ୍ଡିଆନ ବୁଲିୟନ ଏଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଘୋଷଣା କରିଛନ୍ତି।

ତେବେ ରୂପା ବଜାରରେ ଚମକ୍ କମିଛି। ଗୁରୁବାର ପ୍ରତି କେଜି ରୂପା ଦରରେ ୫୩୦ ଟଙ୍କା ହ୍ରାସ ହୋଇଛି। ଫଳରେ କେଜିପିଛା ଦର ୪୩ ହଜାର ୪୭୦ ଟଙ୍କାକୁ ଖସିଛି। ବୁଧବାର ଏହି ଦର ୪୪ ହଜାର ଟଙ୍କା ଥିଲା। ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ପ୍ରଥମେ ଜାରି କରିଥିବା ଲକଡାଉନକୁ ଏବେ ସମ୍ପ୍ରସାରିତ କରିଛନ୍ତି। ଫଳରେ ଦିଲ୍ଲୀ ସମେତ ସାରା ଦେଶର ସ୍ୱର୍ଣ୍ଣଳଙ୍କାର ବଜାର ମଧ୍ୟ ଲକଡାଉନରେ ରହିଛି। ତେବେ କେନ୍ଦ୍ରୀୟ ବ୍ୟାଙ୍କ, ଫଣ୍ଡ ମ୍ୟାନେଜର ଓ ସ୍ୱତନ୍ତ୍ର ନିବେଶକମାନେ ବିଶ୍ୱର ବିଭିନ୍ନ ଏକ୍ସଚେଞ୍ଜର ସୁନା କିଣାବିକା ଚଳାଇଛନ୍ତି। ଏଣୁ ଦେଶରେ ସୁନାମୂଲ୍ୟ ଏପରି ବଢୁଥିବା ଆଇବିଜେଏ କହିଛନ୍ତି ।

   Related Posts