ଏକା ଥରକେ ୫୦୦ ଟଙ୍କା ବଢିଲା ସୁନାଦର ରୂପା ଦର ୧୧ଶହ ଟଙ୍କା ବୃଦ୍ଧି

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ - କିଛି ଦିନ ସୁନା ଓ ରୂପାର ଦର ହ୍ରାସ ପାଇବା ପରେ ପୁଣି ଏହା ବୃଦ୍ଧି ପାଇଛି । ଏମ୍‌ସିଏକ୍ସରେ ଗୁରୁବାରରେ ସୁନାଦର ଏକାଥରକେ ପ୍ରତି ୧୦ ଗ୍ରାମ ୫୦୦ ଟଙ୍କା ବୃଦ୍ଧି ପାଇଛି । ରୂପା ଦର କିଲୋପ୍ରତି ୧୧ଶହ ଟଙ୍କା ବଢିଛି ।
ବିଶ୍ୱ ବଜାରରେ ସୁନା ଓ ରୂପା ଉଭୟର ଦର ବୃଦ୍ଧି ପାଇଛି । ଏମ୍ସିଏକ୍ସ ବଜାରରେ ସୁନା ଦର ୧.୩ ପ୍ରତିଶତ ବୃଦ୍ଧି ପାଇଛି । ପ୍ରତି ଦଶ ଗ୍ରାମ ସୁନା ଦର ବୃଦ୍ଧି ପାଇ ୩୮,୩୮୬ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦର କିଲୋପ୍ରତି ୨ ପ୍ରତିଶତ ୧୧ଶହ ଟଙ୍କା ବୃଦ୍ଧି ପାଇ ୪୫,୯୪୪ ରେ ପହଞ୍ଚିଛି ।

{"id":165937}


ସେପ୍ଟେମ୍ବର ମାସରେ ସୁନାଦର ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ଅତିକ୍ରମ କରିଥିଲା। ପରେ ଲଗାତର ସୁନାଦର ହ୍ରାସ ପାଇଥିଲା ।
ଦିଲ୍ଲୀରେ ଅଳଙ୍କାର ବଜାରରେ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପ୍ରତି ୩୫୦ ଟଙ୍କା ବୃଦ୍ଧି ପାଇ ୩୯,୧୧୫ ଟଙ୍କା ଓ ରୂପା ଦର କିଲୋପ୍ରତି ୧୬୩୦ ଟଙ୍କା ବୃଦ୍ଧି ପାଇ ୪୭,୫୮ଦ ଟଙ୍କାରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.