Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଝଟକା- ୧୦ ଗ୍ରାମ ଶୁଦ୍ଧ ସୁନା ଦର ଛୁଇଁପାରେ…

24/02/2020 at 4:55 PM

ନୂଆଦିଲ୍ଲୀ ୨୪।୦୨ – ଏବେ ସୁନା ଦର ହୁହୁ ହୁ ହୋଇ ବଢି ଚାଲିଛି । ୧୦ ଗ୍ରାମ ଶୁଦ୍ଧ ସୁନା ବା ୨୪ କ୍ୟାରେଟ ସୁନାଦର ୪୫ ହଜାର ଟଙ୍କା ଛୁଇଁ ପାରେ । ଏବେ ୧୦ ଗ୍ରାମ ଶୁଦ୍ଧ ସୁନା ଦର ୪୨ ହଜାର ଟଙ୍କା ପାର କରି ସାରିଲାଣି । ପୂର୍ବରୁ ସୁନାଦର ହ୍ରାସ ପାଇଁ ୩୯ ହଜାର ଟଙ୍କରେ ପହଞ୍ଚିଥିଲା । ମାତ୍ର ଏବେ ସୁନାଦର ପୁଣି ବୃଦ୍ଧି ପାଇବାରେ ଲାଗିଛି ।

ଅନ୍ତର୍ଜାତୀୟ ବଜାରରରେ କରୋନାର ଭୟ ଓ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସୁନାଦର ବୃଦ୍ଧି ପାଇବାରେ ଲାଗିଛି । ସୁନାଦର ଗତ ବର୍। ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ୪୦ ହଜାର ଟଙ୍କା ପାର କରିଥିଲା । ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ଏପରି ଅବସ୍ଥା ହୋଇଥିଲା । ପରେ ଆମେରିକା ଓ ଇରାନ୍‌ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଯୋଗୁଁ ସୁନାଦର ବୃଦ୍ଧି ପାଇବାରେ ଲାଗିଥିଲା । ମାତ୍ର ପରେ ଏହା ହ୍ରାସ ପାଇ ୩୯ ହଜାର ଟଙ୍କାରେ ପହଞ୍ଚିଥିଲା ।

ଏବେ କରୋନା ଭୁତାଣୁର ପ୍ରକୋପରୁ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ସାରା ଦୁନିଆଁ ଏହି ଭାଇରସ୍‌ ଯୋଗୁଁ ଆତଙ୍କିତ ଅବସ୍ଥାରେ ରହିଛି । ଏହି ମାନ୍ଦାବସ୍ଥା ଯୋଗୁଁ ସୁନାଦର ୪୫ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି ।

ସୁନାର ବେପାରୀ ଦର ପ୍ରାୟ ୪୦୬ ଟଙ୍କା ବୃଦ୍ଧି ପାଇ ଏବେ ପ୍ରତି ୧୦ ଗ୍ରାମ ୪୩ଷ୨୬୯ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ୦.୯୩ ପ୍ରତିଶତ ବୃଦ୍ଧି ପାଇ ୧,୬୬୪.୨୦ ଟଙ୍କାରେ ପହଞ୍ଚିଛି ।

   Related Posts