Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସାମାନ୍ୟ ବଢିଲା ସୁନା ଓ ରୂପା ଦର

25/01/2020 at 6:10 PM

ନୂଆଦିଲ୍ଲୀ ୨୫।୦୧ – କିଛିଦିନ ଧରି ସୁନା ଓ ରୂପାର ଦର ହ୍ରାସ ପାଇଥିଲା । ପୁଣି ଏବେ ସୁନା ଓ ରୂପା ଦର ସାମାନ୍ୟ ବୃଦ୍ଧି ପାଇଛି । ଏମ୍‌ସିଏକ୍ସ ବା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ୧୦ ଗ୍ରାମ ୩୨୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପା କିଲୋ ୮୪୦ ଟଙ୍କା ବୃଦ୍ଧି ପାଇଛି ।


ସୁନାଦର ପ୍ରତି ୧୦ ଗ୍ରାମ ୪୧ ହଜାର ଟଙ୍କା ପାର କରିଥିଲା । ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାପରେ ସୁନାଦର ବୃଦ୍ଧି ପାଇଥିଲା । ପରେ ପରିସ୍ଥିତରେ ସୁଧାର ଆସିବାରୁ ସୁନାଦର ହ୍ରାସ ପାଇଥିଲା ।

ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ମାସରେ ସୁନାଦର ୪୦ ହଜାର ଟଙ୍କା ପାର କରିଥିଲା । ଚୀନ୍‌ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଦେଖାଦେଇଥିଲା । ଏଥିଯୋଗୁଁ ସୁନାଦର ବୃଦ୍ଧି ପାଇଥିଲା । ଏହାପରେ ସ୍ଥିତିରେ ସୁଧାର ଆସିଥିଲା ।

   Related Posts