କମିବା ପରେ ପୁଣି ବଢିଲା ସୁନାଦର, ଜାଣନ୍ତୁ ଆଜି କେତେ ଅଛି ଦର

Published By : Prameya-News7 Bureau | December 05, 2019 IST

ନୂଆଦିଲ୍ଲୀ ୦୫।୧୨ - ଗତ କିଛି ଦିନ ଧରି ବଜାରରେ ସୁନା ଦର ହ୍ରାସ ପାଇବାରେ ଲାଗିଥିଲା । ମାତ୍ର ଏହି ଧାରା ଏବେ ବଦଳିଛି । କିଛିଦିନର ବ୍ୟବଧାନ ପରେ ପୁଣି ସୁନା ଦର ବୃଦ୍ଧି ପାଇଛି । ଏମ୍‌ସିଏକ୍ସ ବା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାଦର ବୃଦ୍ଧି ପାଇଛି । ୧୦ ଗ୍ରାମ ଶୁଦ୍ଧ ସୁନାର ଫେବ୍ରୁଆରୀ ଫ୍ୟୁଚର ପ୍ରାଇସ୍‌ ବା ମୂଲ୍ୟ ୩୮,୦୭୨ ଟଙ୍କା ରହିଛି ।

ରୂପା ଦର ବି ଏମ୍‌ସିଏକ୍ସରେ ହ୍ରାସ ପାଇଛି । ରୂପା କିଲୋପ୍ରତି ୪୪,୩୬୫ ଟଙ୍କା ଅଛି । ଏମ୍‌ସିଏକ୍ସରେ ରୂପା ଦର ପ୍ରାୟ ୦.୧୫ ପ୍ରତିଶତ ହ୍ରାସ ପାଇଛି । ଗତ ଥର ରୂପାଦର କିଲୋପ୍ରତି ପ୍ରାୟ ୬୦୦ ଟଙ୍କା ବୃଦ୍ଧି ପାଇଥିଲା ।

ସେପ୍ଟେମ୍ବର ମାସରେ ସୁନା ସର୍ବୋଚ୍ଚ ଦରରେ ପହଞ୍ଚିଥିଲା ।ଏହା ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ପାର କରିଥିଲା । ଅନ୍ତର୍ଜାତୀୟ ବଜାରରେ ଚୀନ୍‌ ଓ ଆମେରିକାର ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ସୁନା ଦର ବୃଦ୍ଧି ପାଇଥିଲା । ମାତ୍ର ଏବେ ସମ୍ପର୍କରେ ସୁଧାର ଆସିବାରୁ ସୁନାଦର ପୁଣି ହ୍ରାସ ପାଇଛି ।

ଅନ୍ତର୍ଜାତୀୟ ବଜାରରେ ସୁନାଦର ପ୍ରତି ଆଉନସ୍‌ ୧,୪୭୫.୩୭ ଡଲାରରେ ପହଞ୍ଚିଛି । ବୁଧବାରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ ଓ ଆମେରିକାର ମଧ୍ୟରେ ସମ୍ପର୍କ ସୁଧାରର ସୂଚନା ଦେଇଛନ୍ତି । ଏହାପରେ ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଦୂର ହେବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.