କମିଲା ସୁନା, ଉଠିଲା ରୂପା , ଜାଣନ୍ତୁ ଆଜି କେତେ ରହିଛି ଅଳଙ୍କାରର ଦାମ୍

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ ୧୬।୧୧:  ଭାରତୀୟ ବଜାରରେ ଆଜି ସୁନା ଦର ଉପର ତଳ ହେଉଥିବା ଦେଖିବାକୁ ମିଳିଥିବା  ବେଳେ ରୂପା ଦାମରେ ବୃଦ୍ଧି ଘଟିଛି। ଏମସିଏକ୍ସରେ ସୁନା ୧୦ ଗ୍ରାମ ପିଛା ୦.୧୨ ପ୍ରତିଶତ ହ୍ରାସ ପାଇ ୫୦,୨୯୫ ହୋଇଛି। ଅନ୍ୟପଟେ ରୂପା କିଲୋଗ୍ରାମ ପିଛା ୦.୨୨ ପ୍ରତିଶତ ବୃଦ୍ଧି ଘଟି ୬୩,୯୪୧ରେ ରହିଛି। ଦୀପାବଳି ଅବସରରେ ଏମସିକଏକ୍ସରେ ସୋମବାର କାରବାରର ପ୍ରଥମ ଦିନ ସକାଳୁ ବନ୍ଦ ହୋଇଛି।

ଶନିବାର ସ୍ଵତନ୍ତ୍ର ଗୋଟିଏ ଘଣ୍ଟାର କାରବାର ସମୟରେ ଏମସିଏକ୍ସରେ ସୁନା ଦର ସ୍ଥିର ରହିଥିବା ବେଳେ ରୂପା ଦାମ କିଛିଟା ହ୍ରାସ ଘଟିଥିଲା। ମୋଟ୍ ଉପରେ ସପ୍ତାହରେ ଏମସିଏକ୍ସରେ ଏକ କିଲୋଗ୍ରାମ ସୁନା ମୂଲ୍ୟରେ ୧୨୦୦ ଟଙ୍କା ହ୍ରାସ ଦେଖିବାକୁ ମିଳିଥିଲା। କୋଭିଡ୍ ମହାମାରୀର ପ୍ରଭାବ ବଜାରରେ ସୁନା ଉପରେ ପଡିଛି। କିନ୍ତୁ ଆଜି ସୁନା କିଛିଟା ହ୍ରାସ ଘଟିଥିବା ବେଲେ ରୂପା ଦାମରେ ବୃଦ୍ଧି ଘଟିଛି।

ବୈଶ୍ଵିକ ବଜାରରେ ଡଲାର ଦୁର୍ବଳ ହେବାରୁ ସୁନା ଦରରେ କିଛିଟା ବୃଦ୍ଧି ଦେଖିବାକୁ ମିଳିଛି। କାରଣ  ଦୁନିଆର ଅନେକ ଦେଶରେ ପୁଣି ଥରେ କରୋନା ମାମଲା ବଢିବାରେ ଲାଗିଛି। କାରବାର ଆରମ୍ଭରେ ଅନ୍ସ ପ୍ରତି ସୁନା ଦାମ ୧୮୯୩.୦ ଡଲାର ରହିଥିଲା। ଅନ୍ୟପଟେ ରୂପା ଦର ବୃଦ୍ଧି ଘଟି ଅନ୍ସ ପିଛା ୨୪.୯୧ ଡଲାର ରହିଥିଲା। କୋଭିଡ୍-୧୯ ଭ୍ୟାକସିନ ୯୦ ପ୍ରତିଶତ ପ୍ରଭାବଶାଳୀ ରହିଥିବା ପିଫାଇଜର କହିବା ପରେ ସୁନା ଦାମରେ ୩.୩ ପ୍ରତିଶତ ହ୍ରାସ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.